22.1 C
Bhubaneswar
Tuesday, January 14, 2025
Homeଓଡିଶାକଣାସରେ ବ୍ୟାପୁଛି ଡାଇରିଆ: ୪୦ରୁ ଅଧିକ ଆକ୍ରାନ୍ତ

କଣାସରେ ବ୍ୟାପୁଛି ଡାଇରିଆ: ୪୦ରୁ ଅଧିକ ଆକ୍ରାନ୍ତ

ପୁରୀ: ପୁରୀ ଜିତ୍ତା କଣାସରେ ବ୍ୟାପୁଛି ଡାଇରିଆ । ଝାଡାବାନ୍ତିରେ ୪୦ରୁ ଅଧିକା ଲୋକ ଆକ୍ରାନ୍ତ ହୋଇଛନ୍ତି । ଝାଡାବାନ୍ତି କଣାସ ବ୍ଲକର ଅନେକ ଗାଁରେ ବ୍ୟାପିଛି । ଦୁଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି । ଗଡିଶାଗୋଦା, ଗୋପୀନାଥପୁର, ଜାଗୁଳାଇପଦର ଓ ଯାମଳଗୋଦା ଗାଁରେ ଏକାଧିôକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୮ ଦିନ ତଳେ ନୂଆଗାଁର ସାରଥୀ ପ୍ରଧାନଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ଗତକାଲି ସଚଳା ସାହୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ଏହି ଆକ୍ରାନ୍ତକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଆଜି ଡାକ୍ତରୀ ଟିମ୍ ଜାଗୁଳାଇପଦର ଓ ନୂଆଗାଁରେ ପହଞ୍ଚି ଲୋକମାନଙ୍କୁ ସଚେତନ କରାଇବା ସହ ଓଆର୍‌ଏସ୍ ଓ ହାଲୋଜିନ ବଟିକା ବାଣ୍ଟୁଛନ୍ତି । ପାନୀୟଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking