ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ୟାପିଛି ଝାଡ଼ାବାନ୍ତି । ଆକ୍ରାନ୍ତ ସଂଖ୍ୟା ୧୪୦ ରୁ ଅଧିକ ହେଲାଣି । ଦୂଷିତ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏବେ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ୧୩ ନମ୍ବର ୱାର୍ଡରୁ ଆସିଛି ଏମିତି ଏକ ଖବର ଯାହା ରାଜଧାନୀ ବାସିନ୍ଦାଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ଶନିବାରଠାରୁ ଭୁବନେଶ୍ୱର ସ୍ଥିତ ନୀଳମାଧବ ନିବାସରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଏଥିରେ ପ୍ରାୟ ଦେଢ଼ ଶହ ଲୋକ ଏବେ ସୁଦ୍ଧା ଆକ୍ରାନ୍ତ ହେଲେଣି । ତେବେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏଠାରେ ରୋଗୀଙ୍କ ସାମ୍ପୁଲ କଲେକ୍ସନ କରି ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରୁଛନ୍ତି ।