26.1 C
Bhubaneswar
Monday, July 7, 2025
Homeଓଡିଶାଭଦ୍ରକରେ ବ୍ୟାପିଲାଣି ଝାଡ଼ାବାନ୍ତି: ୧୦ ରୁ ଅଧିକ ଆକ୍ରାନ୍ତ

ଭଦ୍ରକରେ ବ୍ୟାପିଲାଣି ଝାଡ଼ାବାନ୍ତି: ୧୦ ରୁ ଅଧିକ ଆକ୍ରାନ୍ତ

ଭଦ୍ରକ: ଭଦ୍ରକରେ ବ୍ୟାପିଲାଣି ଝାଡ଼ାବାନ୍ତି । ଭଣ୍ଡାରୀପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପୁଛି । ଧାମନଗର ବନ୍ଧଟିଆ ଗାଁର ୧୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମେଡ଼ିକାଲରେ ୫ ଜଣ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ଭଦ୍ରକ ସିଡିଏମଓ । ତେବେ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ହେଉନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କଲେରା ନେଇ ଯାଜପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି । ୭୫୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଜିଲ୍ଲାର ଏବେ ବି ୧୩ଟି ସରକାରୀ ଡାକ୍ତରଖାନାରେ ପାଖାପାଖି ୩ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ୫୦ରୁ ଅଧିକ ରେଫର କେସ୍ କଟକ, ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking