31.1 C
Bhubaneswar
Saturday, February 7, 2026
Homeଓଡିଶାରାଜ୍ୟରେ ବ୍ୟାପୁଛି ଡାଇରିଆ: ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ

ରାଜ୍ୟରେ ବ୍ୟାପୁଛି ଡାଇରିଆ: ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ବ୍ୟାପିବାରେ ଲାଗିଛି ଡାଇରିଆ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇଛି । ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚାନଯୋଗ୍ୟ, ଯାଜପୁର ଜିଲାରେ ଝାଡ଼ାବାନ୍ତି ସ୍ଥିତି ଗୁରୁତର ରହିଛି। ପ୍ରତିଦିନ ଯେତିକି ସୁସ୍ଥ ହେଉଛନ୍ତି ତାଠାରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଶନିବାର ଦାନଗଦି ବ୍ଲକ ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨) ଓ ଯାଜପୁର ଟାଉନର ମଦନମୋହନ ସେନାପତି (୬୨)ଙ୍କ ମୃତ୍ୟୁ ପରେ ସଂଖ୍ୟା ୧୪ ଛୁଇଁଛି।

ଦାନଗଦି ବ୍ଲକରେ ଆଉ ୪୬ ଜଣ ଆକ୍ରାନ୍ତ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨)ଙ୍କ ମୃତ୍ୟୁ ଘଟିଛି। ରାଣୀପଡ଼ା ପଞ୍ଚାୟତ କଙ୍କଡ଼ାଝର ଗାଁର ମିନତି ପେରେଇ (୨୭)ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟାରେ ଚିକିତ୍ସାଧୀନଙ୍କ ମଧ୍ୟରୁ ସୁସ୍ଥ ହେବା ପରେ ୧୩ ଜଣଙ୍କୁ ଛାଡ଼ି ଦିଆଯାଇଛି। ତରାଇଲୋ ଗାଁରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଚାଲୁ ରହିଛି। ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ମୁଖ୍ୟ ଚିକିତ୍ସାଳୟରେ ୮୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ଜନସ୍ୱାସ୍ଥ୍ୟ ବିଭାଗ ପ୍ରଥମ ପର୍ଯ୍ୟାୟରେ ୪୧ଜଣଙ୍କର ଝାଡ଼ା ନମୁନା ପରୀକ୍ଷା ପରେ ୮ ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ଆଜି ଆଉ ୩ଜଣ ହଇଜା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନେ ବର୍ତ୍ତମାନ ବଡ଼ଚଣା, ବ୍ୟାସନଗର, ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଅତିରିକ୍ତ ଚିକିତ୍ସାଧିକାରୀ ଡା. ଅନୁପ କୁମାର ନାଥଶର୍ମା ସୂଚନା ଦେଇଛନ୍ତି। ୨୦୦ ରୋଗୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ରିପୋର୍ଟ ଆସିଲେ ହଇଜା ରୋଗୀଙ୍କ ସଂଖ୍ୟା କେତେ ହେବ ତାହା ସ୍ପଷ୍ଟ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking