28.1 C
Bhubaneswar
Saturday, July 26, 2025
Homeଓଡିଶାରାୟଗଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି

ରାୟଗଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି

ରାୟଗଡ଼ା: ରାୟଗଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି । ଲଗାଣ ବର୍ଷା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ରାୟଗଡ଼ା ସଦର ପେଣ୍ଟା, ପିତାମହାଲ ସମେତ କୋଲନରା ବ୍ଳକର ସୁରୀ, ଚାନ୍ଦିଲି ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତିକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଝାଡ଼ାବାନ୍ତି ବେଳେ କୌଣସି ଗୁଣିଗାରେଡ଼ିର ସହାୟତା ନ ନେଇ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇବାକୁ ଡାକ୍ତର ମାନେ ପରାମର୍ଶ ଦେଉଛନ୍ତି । ଡାକ୍ତରୀ ଟିମ୍‌ ବୁଲିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ରଥଯାତ୍ରା ଉପଲକ୍ଷେ ଖୋଲାଯାଇଥିବା ଜଳଖିଆ ଦୋକାନ ଗୁଡ଼ିକରେ ରେଡ୍ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking