25.1 C
Bhubaneswar
Saturday, December 6, 2025
Homeଓଡିଶାଝାଡାବାନ୍ତି: ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଝାଡାବାନ୍ତି: ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଯାଜପୁର: ଯାଜପୁରରେ ହଇଜା ଝାଡାବାନ୍ତି ବ୍ୟାପିବା ୧୦ଦିନରେ ପହଂଚିଲା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାଇଛି ତତ୍ପରତା । ଯାଜପୁର ରେ ହଇଜା ଓ ଡାଇରିଆ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ। ହଇଜା ଝାଡାବାନ୍ତି ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ । ପରେ ମେଡିକାଲ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ହଇଜା ସ୍ଥିତି କୁ ଗୁରୁତ୍ୱ ପ୍ରଦାନ କରି ସଂକ୍ରମଣ ରୋକିବା ପାଇଁ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ କିଛିଦିନ ପାଇଁ ବନ୍ଦ କରିବାକୁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହି ଆଲୋଚନାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମେତ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ , ଜିଲାପାଳ ପି ଅନ୍ୱେଶା ରେଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏବେବି ଜିଲ୍ଲ ହଟ ସ୍ପର୍ଟ ରେ ଅଛି 158 ଜଣ ରୋଗୀ ଚିକିତ୍ସା ହେଇଛନ୍ତି l ନୂଆ ରୋଗୀ ଝାଡ଼ା ବାନ୍ତି ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସl ପାଇଁ ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking