27.1 C
Bhubaneswar
Friday, September 20, 2024
Homeଓଡିଶାହୀରାକୁଦ : ବନ୍ଦ ହେଲା ଆଉ ୪ଟି ଗେଟ୍‌

ହୀରାକୁଦ : ବନ୍ଦ ହେଲା ଆଉ ୪ଟି ଗେଟ୍‌

ସମ୍ବଲପୁର : ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍ । ଏବେ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସୂଚନା ଯୋଗ୍ୟ ଯେ, ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ଗତ ରବିବାର ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । ମାତ୍ର ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ପୂର୍ବରୁ ପ୍ରଥମେ ୨ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଥିଲା ଓ ଏବେ ଆଉ ୪ଟି ଗେଟ୍ । ଫଳରେ ଏବେ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ଆଜି ସକାଳ ସୁଦ୍ଧା ୬୧୧.୮୫ ଫୁଟ ରହିଛି । ଡ୍ୟାମ ଭିତରକୁ ୧,୫୭,୨୭୨ କ୍ୟୁସେକ ପ୍ରବେଶ କରୁଥିବା ବେଳେ ୩,୦୯,୭୪୦ କ୍ୟୁସେକ ନିଷ୍କାସିତ ହେଉଛି। ଏବେ ହୀରାକୁଦର ବାମ ପାର୍ଶ୍ୱରେ ୧୨ ଓ ଦକ୍ଷିଣ ପାର୍ଶ୍ୱରେ ୬ଟି ଗେଟ୍‌ ଖୋଲା ଅଛି।ହୀରାକୁଦର ୨ଟି ଗେଟ୍‌ ବନ୍ଦ ହେବା ପ୍ରଭାବରେ ଗତକାଲି ରାତିରୁ ମୁଣ୍ଡଳୀରେ ମହାନଦୀର ଜଳସ୍ତର କମିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking