ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ଘଟଣାରେ କ୍ରାଇମ ସ୍ପଟ୍ରେ ମହିଳା କମିଶନ ସଦସ୍ୟା । ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ କରିବା ପରେ କ୍ରାଇମ ସ୍ପଟ୍ରେ ପହଞ୍ଚିଲେ । ମହିଳା କମିଶନ ସଦସ୍ୟା କହିଛନ୍ତି ଯେ ଘଟଣାକୁ ଗୁରୁତର ସହ ନିଆଯାଇଛି, ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ । ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ । ଏସବୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଦରକାର । ପାଟ୍ରୋଲିଂ ବ୍ୟବସ୍ଥା ଆହୁରି ଅଧିକ ହେବାର ଆବଶ୍ୟକତା ରହିଛି । ସୂଚାନଯୋଗ୍ୟ, ଡିସେମ୍ବର ୧୦ ତାରିଖରେ ଧଉଳି ଅଞ୍ଚଳର ଦୟା ନଦୀକୂଳରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିଲା । ପୋଲିସ ସୋମବାର ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ।










