16.1 C
Bhubaneswar
Thursday, December 25, 2025
Homeଖେଳ୬ଷ୍ଠ ଶତକ ସହ ଧୋନିଙ୍କ ସମକକ୍ଷ ପନ୍ତ୍‌

୬ଷ୍ଠ ଶତକ ସହ ଧୋନିଙ୍କ ସମକକ୍ଷ ପନ୍ତ୍‌

ନୂଆଦିଲ୍ଲୀ: ଦେଢ଼ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ୱିକେଟ୍‌କିପର୍ ବ୍ୟାଟର୍ ଋଷଭ ପନ୍ତ୍ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ କ୍ୟାରିୟର୍‌ର ୬ଷ୍ଠ ଶତକ ହାସଲ କରିଛନ୍ତି। ଏହି ୧୦୯ ରନ୍‌ର ଶତକୀୟ ଇନିଂସ୍ ସହିତ ସେ ଭାରତର ସର୍ବାଧିକ ଶତକ ହାସଲକାରୀ ୱିକେଟ୍‌କିପର୍ ଭାବେ ଏମ୍‌ଏସ୍ ଧୋନିଙ୍କ ସହ ପ୍ରଥମ ନମ୍ବରରେ ପହଞ୍ଚିଛନ୍ତି। ଧୋନି ୯୦ ଟେଷ୍ଟରେ ୬ ଶତକ ହାସଲ କରିଥିବା ବେଳେ ପନ୍ତ୍ ଏଥିପାଇଁ ୩୪ ଟେଷ୍ଟ୍‌ର ସହାୟତା ନେଇଛନ୍ତି। ସେହିପରି ୨୦୧୯ରୁ ଆରମ୍ଭ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍ (ଡବ୍ଲ୍ୟୁଟିସି)ରେ ଋଷଭ ପନ୍ତ୍ ସର୍ବାଧିକ ୪ ଶତକ ହାସଲକାରୀ ୱିକେଟ୍‌କିପର୍ ମଧ୍ୟ ହୋଇଛନ୍ତି। ତାଙ୍କ ପରେ ବାଂଲାଦେଶର ଲିଟନ୍ ଦାସ ଓ ପାକିସ୍ତାନର ମହମ୍ମଦ ରିଜ୍‌ୱାନ୍ ୩-୩ ଶତକ ହାସଲ କରିଛନ୍ତି।
ରାହୁଲଙ୍କ ୮୦୦୦ ଅନ୍ତର୍ଜାତୀୟ ରନ୍‌
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ କେଏଲ୍ ରାହୁଲ ଏକ ଉପଲବ୍ଧି ହାସଲ କରିଛନ୍ତି। ଦ୍ୱିତୀୟ ଇନିଂସ୍‌ରେ ୧୯ ବଲ୍‌ରେ ୨୨ ରନ୍ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରାହୁଲଙ୍କର ୮୦୦୦ ରନ୍ ପୂରଣ ହୋଇଛି। କ୍ୟାରିୟର୍‌ର ୨୦୦ତମ ମ୍ୟାଚ୍‌ରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଟେଷ୍ଟ୍‌ରେ ୨୯୦୧, ଦିନିକିଆରେ ୮୫୧ ଏବଂ ଟି-୨୦ରେ ୨୨୬୫ ରନ୍ ତାଙ୍କ ନାମରେ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking