21.1 C
Bhubaneswar
Saturday, February 7, 2026
Homeଖେଳଧୋନି ନା ରୋହିତ: କାହାର ଟ୍ରଫି ଅଧିକା ଜାଣନ୍ତୁ

ଧୋନି ନା ରୋହିତ: କାହାର ଟ୍ରଫି ଅଧିକା ଜାଣନ୍ତୁ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ହାତେଇ ସାରିଛି ଟିମ୍ ଇଣ୍ଡିଆ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାତେଇଛି ଭାରତୀୟ ଦଳ । ୨୦୧୩ ପରେ ଦୀର୍ଘ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଆଉ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ହାତେଇଛି ଟାଇଟଲ । ଆଉ ରଚିଛି ଇତିହାସ । ୨୦୦୨ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିବ ଶ୍ରୀଲଙ୍କା ସହିତ ସଂଯୁକ୍ତ ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଏହା ପରେ ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଟ୍ରଫି ହାତେଇଥିଲା ଭାରତ । ଆଉ ଏବେ ରୋହିତ ଶର୍ମା କପ୍‌ ଆଣିଛନ୍ତି । ନିଜ ଅଧିନାୟକତ୍ବ ସମୟରେ ୨ୟ ଥର ପାଇଁ ଆଇସିସି ଟ୍ରଫି ଜିତିଛନ୍ତି ରୋହିତ ଶର୍ମା । ଗତ ବର୍ଷ ଓ୍ବେଷ୍ଟଇଣ୍ଡିଜରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ଜିତିଥିଲା ଭାରତ । ରୋହିତ ଶର୍ମା ଦୁଇଟି ଆଇସିସି ଟ୍ରଫି ହାତେଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସୌରଭ ଗାଙ୍ଗୁଲି ଏବଂ କପିଲ ଦେବ ୩ୟ ସ୍ଥାନରେ ରହିଛନ୍ତି । ତେବେ ଏମ୍‌ ଏସ୍‌ ଧୋନି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଯଦି ତୁଳନା କରାଯାଏ ତେବେ କିଏ ଅଧିକ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି? କାହା ପାଖରେ ଅଧିକ ଟ୍ରଫି ରହିଛି? ଜାଣନ୍ତୁ…

ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବ ସମୟରେ ୨୦୦୭ରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌, ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ରୋହିତ ଶର୍ମାଙ୍କ ଅଧିନାୟକ ସମୟରେ ଭାରତ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ଜିତିଥିବା ବେଳେ ଏବେ ଚାମ୍ପିୟନ୍ସ ଟ୍ରଫି ହାତେଇଛି ଭାରତ । ଅବଶ୍ୟ ଦିନିକିଆ ବିଶ୍ବକପ୍‌ରେ ରନର୍ସଅପ୍‌ ହୋଇଥିଲା ଭାରତ । ଆଉ ସେଥିରେ ବି ନେତୃତ୍ବ ନେଇଥିଲେ ରୋହିତ ଶର୍ମା । ତଥାପି ଧୋନିଙ୍କ ସମକକ୍ଷ ହୋଇପାରି ନାହାନ୍ତି ରୋହିତ । କାରଣ ଧୋନିଙ୍କ ପାଖରେ ୩ଟି ଆଇସିସି ଟ୍ରଫି ଥିବା ବେଳେ ରୋହିତଙ୍କ ହାତରେ ଦୁଇଟି ଆଇିସିସି ଟ୍ରଫି ରହିଛି । ସେହିଭଳି ସୌରଭ ଗାଙ୍ଗୁଲି ଏବଂ କପିଲ ଦେବଙ୍କ ନିକଟରେ ଗୋଟିଏ ଲେଖାଏ ଆଇସିସି ଟ୍ରଫି ରହିଛି । ତେଣୁ ଧୋନି ଏବେ ବି ଭାରତର ସବୁଠାରୁ ସଫଳ ଅଧିନାୟକ ତଥା ସର୍ବାଧିକ ଟ୍ରଫି ଜିତିଥିବା ଅଧିନାୟକ ଭାବେ ବିବେଚନା କରାଯାଉଛି । କେବଳ ସେତିକି ନୁହେଁ ଏସିଆ କପ୍‌ ରେକର୍ଡ ଦେଖିଲେ, ଧୋନି ୨୦୧୦ ଓ ୨୦୧୬ରେ ଏଭଳି ୨ ଥର ଟ୍ରଫି ଜିତିଥିଲେ । ସେହିଭଳି ରୋହିତ ଶର୍ମା ୨୦୧୮ ଓ ୨୦୨୩ରେ ଏସିଆ କପ୍‌ ଜିତିଥିଲେ । ସେହିଭଳି ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ବରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଟ୍ରଫି ଜିତିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking