22.1 C
Bhubaneswar
Friday, January 16, 2026
Homeଓଡିଶାଧଉଳି ଗଣବଳାତ୍କାର: ଆଉ ଜଣେ ଅଭିଯୁକ୍ତ ଗିରଫ

ଧଉଳି ଗଣବଳାତ୍କାର: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଧଉଳି ଗଣବଳାତ୍କାର ମାମଲାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସାଗର ଜେନା। ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିଛି। ସାଗରଙ୍କୁ ମିଶାଇ ମୋଟ ୪ଜଣ ଅଭିଯୁକ୍ତ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଏବେବି ଫେରାର୍‌ ଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ, ଡିସେମ୍ବର ୧୦ ତାରିଖରେ ଧଉଳି ଅଞ୍ଚଳରେ ନାବାଳିକା ଜଣକ ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଫେରାର ଅଭିଯୁକ୍ତଙ୍କୁ ଧରିବା ନେଇ ପୋଲିସ ତନାଘନା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking