19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ:  ଅନୁଗୋଳ- ତାଳଚେର ଅଞ୍ଚଳରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ- ତାଳଚେର ଶିଳ୍ପାଞ୍ଚଳରେ ବଢୁଥିବା ମାତ୍ରାଧିକ ବାୟୁ ପ୍ରଦୂଷଣର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର  ବ୍ୟକ୍ତିଗତ  ହସ୍ତକ୍ଷେପ ଲୋଡିଛନ୍ତି । ଏହି ପରିପ୍ରେକ୍ଷୀରେ  ସେ କେନ୍ଦ୍ର  ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ର  କୋଇଲା ଓ ଖଣି ମନ୍ତ୍ରୀ ଜି. କିଶାନ ରେଡ଼ିଏବଂ ଓଡିଶାର ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କୁ ପୃଥକ ପୃଥକ  ଚିଠି ଜନସ୍ୱାସ୍ଥ୍ୟ  ପ୍ରତି ସୃଷ୍ଟି ହୋଇଥିବା ବିପଦ ସଂପର୍କରେ ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ,  ତାଳଚେର ଦେଶର ସବୁଠାରୁ  ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇବା ଏକ ଉଦବେଗଜନକ ବିଷୟ । ଏହା ଦ୍ୱାରା ଶିଶୁ, ବୟସ୍କ ଏବଂ ଶ୍ୱାସକ୍ରିୟା  ଜନିତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା  ବିପନ୍ନ ହେଉଛି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ୩ଟି ଅଲଗା ଅଲଗା ଚିଠି  ଲେଖି ପ୍ରସ୍ତାବ ଦେଇଛନ୍ତି ।  ଶିଳ୍ପାଞ୍ଚଳରେ  ପ୍ରଦୂଷଣ ନିୟନ୍ତ୍ରଣ  ନିୟମାବଳୀକୁ  କଡାକଡି ଭାବେ ଲାଗୁ କରିବା ।ଇଁ କହିଛନ୍ତି ।  ଏଥି ସହ ରିଅଲ ଟାଇମ ମନିଟରିଂ ବ୍ୟବସ୍ଥାକୁ ସୁଦୃଢ କରିବା,  କୋଇଲା ପରିବହନ କ୍ଷେତ୍ରରେ  ମେକାନାଇଜଡ କୋଲ ଟ୍ରାନ୍ସପୋର୍ଟେସନ ସିଷ୍ଟମ ଏବଂ ଉନ୍ନତ ଧୂଳି ଦମନ  ପ୍ରକ୍ରିୟା ଆପଣାଇବାକୁ କୋଇଲା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା , ଶିଳ୍ପାଞ୍ଚଳ ଏବଂ ଖଣି କରିଡର ଚାରିାଖରେ ବୃକ୍ଷରୋପଣ  ମାଧମରେ ଗ୍ରୀନ ବଫର ସୃଷ୍ଟି କରିବା ନେଇ ପ୍ରସ୍ତାବ ସବୁ ଦିଆଯାଇଛି । ଚିଠିରେ  ଅନୁଗୋଳ ଏବଂ ତାଳଚେର ଅଞ୍ଚଳବାସୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ  ସହଯୋଗ ଉପରେ ଗୁରୁତ୍ୱାରୋପ  କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking