28.1 C
Bhubaneswar
Wednesday, June 18, 2025
Homeଓଡିଶାଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା

ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା

କଳାହାଣ୍ଡି: ଆଇଏଏସ୍‌ଙ୍କ ଘରେ ପୁଳା ପୁଳା ଟଙ୍କା । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ ପରେ ବାସଭବନରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା । ରେଡ୍‌ ବେଳେ ୪୭ ଲକ୍ଷ ଟଙ୍କା ଜବତ ହୋଇଛି । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳ ଧୀମାନ ଚକମା ଧରାପଡ଼ିଥିଲେ । କ୍ରସର ୟୁନିଟ୍‌ ମାଲିକଙ୍କ ଠାରୁ ସେ ଲାଞ୍ଚ ଟଙ୍କା ନେଉଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ, ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ରୋଚକ କଥା ହେଉଛି ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡାକିଥିଲେ ଏହି ସରକାରୀ ବାବୁ ଜଣକ । ୨୦୨୧ ବ୍ୟାଚର ଆଇଏଏସ୍‌ ଅଫିସର ହେଉଛନ୍ତି ଧୀମାନ ଚକମା । ଆଇଏଏସ୍ ୪୮୨ ରାଙ୍କ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking