ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଅଞ୍ଚଳରେ ନାବାଳିକାଙ୍କୁ ଜଳଖିଆ ଖୁଆଇବାକୁ ନେଇ ଧରମ ମାମୁଁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ରାୟ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ୱର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଜଜ ରଞ୍ଜନ କୁମାର ସୁତାର । ଏଭଳି ସ୍ପର୍ଶକାତର ଘଟଣାରେ ୨ ମାସ ଭିତରେ ରାୟ ଶୁଣେଇଛନ୍ତି ମାନ୍ୟବର କୋର୍ଟ । ମୁଦଲା ରବି ସିଂକୁ ମାନ୍ୟବର କୋର୍ଟ ୨୩ ଜଣ ସାକ୍ଷୀ ଓ ୪୦ ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ । ଏହାସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମୃତ ନାବାଳିକାଙ୍କ ପରିବାର କୁ ୯ ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରିଥିଲେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।