21.1 C
Bhubaneswar
Thursday, February 19, 2026
Homeଓଡିଶାଧାନକିଣା ଦାୟିତ: ୧୨ ଜିଲ୍ଲାରେ ଏସ୍‌ଏଚ୍‌ଜି ଶୂନ୍‌

ଧାନକିଣା ଦାୟିତ: ୧୨ ଜିଲ୍ଲାରେ ଏସ୍‌ଏଚ୍‌ଜି ଶୂନ୍‌

ଭୁବନେଶ୍ୱର: ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩୯୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୩ଟି ରହିଥିବାବେଳେ ୧୨ଟି ଜିଲ୍ଲାରେ କୌଣସି ସ୍ୱୟଂ ସହାୟକ ଗୋଷ୍ଠି ଧାନକିଣା ଦାୟିତ୍ୱରେ ନାହାନ୍ତି। ବୁଧବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୨୫-୨୬ ବର୍ଷରେ ଧାନ ସଂଗ୍ରହ ପାଇଁ ୨୭୭୭ ପାକସ୍‌,ଲାମ୍ପସ୍‌, ୩୯୪ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଓ ୭ଟି ପାଣି ପଞ୍ଚାୟତକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପାକସ୍ ଓ ଲାମ୍ପସ୍ ମଧ୍ୟରୁ ସର୍ବାଧିକ ୩୭୧ଟି ଗଞ୍ଜାମ ଜିଲ୍ଲାରେ ଥିବାବେଳେ କଟକ ଜିଲ୍ଲାରେ ୨୨୩ଟି ରହିଛି। ପୁରୀରେ ଏହି ସଂଖ୍ୟା ୧୯୩ ଅଛି। ସବୁଠାରୁ କମ୍ ମାତ୍ର ୮ଟି ମାଲକାନଗିରି ଜିଲ୍ଲାରେ ଥିବାବେଳେ ନବରଙ୍ଗପୁରେ ୧୩ଟି ପାକସ୍ ରହିଛି। ଧାନ ସଂଗ୍ରହ ପାଇଁ ଦାୟିତ୍ୱ ନେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମଧ୍ୟରୁ ସର୍ବାଧିକ ୧୩୩ଟି ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଭଦ୍ରକରେ ୪୬, ଯାଜପୁରରେ ୪୨, ନବରଙ୍ଗପୁରରେ ୩୭ଟି ଗୋଷ୍ଠି ରହିଛନ୍ତି। ୧୨ଟି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠି ଧାନକିଣା ଦାୟିତ୍ୱରେ ନଥିବାବେଳେ ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଗୋଟିଏ କରି ରହିଛନ୍ତି । ସେହିଭଳି ଧାନ କିଣା ଦାୟିତ୍ୱରେ ଥିବା ୭ଟି ପାଣି ପଞ୍ଚାୟତମଧ୍ୟରୁ କୋରାପୁଟରେ ୩ଟି ଥିବାବେଳେ ନବରଙ୍ଗପୁରରେ ୨ଟି ଏବଂ ସୁୁନ୍ଦରଗଡ ଓ ଗଞ୍ଜାମରେ ଗୋଟିଏ କରି ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking