ସମ୍ବଲପୁର: ମଣ୍ଡି ପରିଚାଳନା ଓ କଟନିଛଟନି କୁ ବିରୋଧ । ପ୍ରେସମିଟରେ ସରକାର ଉପରେ ବର୍ଷିଲା ଚାଷୀ ସଂଗଠନ । ମଣ୍ଡି ପରିଚାଳନା ଅର୍ଥ କୁଆଡେ ଗଲା ? ୨୫ ବର୍ଷ ଧରି କୁଆଡେ ଗଲା ଓ ଏବେ କୁଆଡେ ଯାଉଛି । ସରକାର କହୁଥିଲେ , ଏଥର କଟନିଛଟନି ହେବନି । ମାତ୍ର ଚଳିତ ବର୍ଷ ଅଧିକ କଟନିଛଟନି ହେଉଛି । ଏଫଏକ୍ୟୁ ଧାନ ନାଁ ରେ ଚାଷୀଙ୍କୁ ହଇରାଣ କରାଯାଉଛି । ଏହାର ସମାଧାନ ନ ହେଲେ , ଆଗକୁ ଆନ୍ଦୋଳନ ହେବ । ବ୍ୟବସ୍ଥିତ ଢଙ୍ଗରେ ଧାନ କିଣାଯାଉ ବୋଲି ଚାଷୀ ସଂଗଠନ ସରକାର ଙ୍କୁ କଡା ଚେତାବନୀ ଦେଇଛନ୍ତି ।