24.1 C
Bhubaneswar
Sunday, March 22, 2026
Homeଓଡିଶାଧାନକିଣା ବଡ ଚ୍ୟାଲେଞ୍ଜ - କେ. ଭି ସିଂଦେଓ

ଧାନକିଣା ବଡ ଚ୍ୟାଲେଞ୍ଜ – କେ. ଭି ସିଂଦେଓ

ଭୁବନେଶ୍ୱର :  ଧାନକିଣା ପ୍ରକ୍ରିୟା ନେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ସୂଚନା ରହିଛି ।  ସେ କହିଛନ୍ତି, ଧାନକିଣା ବଡ ଚ୍ୟାଲେଞ୍ଜ । ଏଥିରେ ସରକାର ସଫଳ ହେବେ । ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶାବଳୀ ଦିଆଯାଇଛି । ଧାନର ଆଦ୍ରତା , ଏଫଏକ୍ୟୁ ଅନୁସାରେ  ଧାନ କିଣାଯିବ । ଏଫଏକ୍ୟୁ କମ ଥିଲେ ନିର୍ଦ୍ଦାରିତ ପରିମାଣ  କଢାଯିବ । ମନଇଚ୍ଛା କଟନୀ ଛଟନୀ ହେବ ନାହିଁ । ସେହିପରି ଧାନର ମାନ ପରୀକ୍ଷଣ ପାଇଁ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବହାର କରାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଏହାସହ ଆଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି। କଟ୍‌ନି ଛଟ୍‌ନିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସ୍ଲିପ୍ ସରକାରଙ୍କ ପାଖରେ ରହିବ  । ୨୦ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରେ ଧାନ କିଣା ଆରମ୍ଭ ହେବ। ଏକ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଖୋଲାଯିବ ମଣ୍ଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking