27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶନିଜ ବିପକ୍ଷରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ଧନଖଡ

ନିଜ ବିପକ୍ଷରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ଧନଖଡ

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପ୍ରଥମଥର ପାଇଁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମୁହଁ ଖୋଲିଛନ୍ତି। ଧନଖଡ ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବ ପ୍ରୟାସକୁ କଟାକ୍ଷ କରି କହିଛନ୍ତି ଯେ, ଯଦି ବାଇପାସ୍ ସର୍ଜରୀ ପାଇଁ ପରିବାକଟା ଛୁରୀ ବ୍ୟବହାର କରାଯାଏ ତେବେ ଯାହା ପରିଣାମ ହେବ, ତାଙ୍କ ବିପକ୍ଷରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବର ତାହା ହିଁ ନିଷ୍କର୍ସ ବାହାରିଛି। ପ୍ରକାଶ, କିଛି ଦିନ ପୂର୍ବେ ଗୃହରେ ପାତର ଅନ୍ତର କରୁଥିବା ଏବଂ ବିରୋଧୀ ଦଳର ସାଂସଦଙ୍କ ପ୍ରତି ତାଙ୍କର ରୁକ୍ଷ ବ୍ୟବହାର ପ୍ରତିବାଦରେ ତାଙ୍କୁ ରାଜ୍ୟସଭାର ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସମସ୍ତ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଏଥିରେ ତାଙ୍କ ନାଁର ସ୍ପେଲିଂ ଭୁଲ୍ ଥିବାରୁ ଏହା ଖାରଜ ହୋଇଯାଇଥିଲା।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଧନଖଡ କହିଛନ୍ତି, “ଉପରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ନୋଟିସକୁ ଦେଖନ୍ତୁ। ଆପଣମାନେ ପୂରା ଚକିତ ହୋଇଯିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଗୋଟିଏ ଥର କହିଥିଲେ ଯେ ‘ବାଇପାସ୍ ସର୍ଜରୀ ପାଇଁ କେବେ ହେଲେ ପରିବାର କଟା ଛୁରୀ ବ୍ୟବହାର କରନ୍ତୁ ନାହିଁ। କିନ୍ତୁ ଏବେ ତାହା ହିଁ ଦେଖିବାକୁ ମିଳିଛି। ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ନୋଟିସ୍ (ଅନାସ୍ଥା ପ୍ରସ୍ତାବ) ପରିବା କଟା ଛୁରୀ ମଧ୍ୟ ନୁହେଁ। କାରଣ ସେଥିରେ କଳଙ୍କି ଲାଗି ଯାଇଥିଲା। ତରବରିଆ ଭାବେ ନୋଟିସ ଅଣାଯାଇଥିଲା। ଯେତେବେଳେ ମୁଁ ଏହାକୁ ପଢ଼ିଲି, ମୁଁ ପୂରା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲି। ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ଯେତେବେଳେ ଆପଣମାନଙ୍କ(ସାମ୍ବାଦିକ) ମଧ୍ୟରୁ କେହି ବି ଏହାକୁ ପଢ଼ିନଥିଲେ। ଯଦି ଆପଣମାନେ ଏହାକୁ ପଢ଼ି ଥାଆନ୍ତେ, ତା’ହେଲେ ଆପଣମାନେ ମଧ୍ୟ ଦୀର୍ଘ ଦିନ ଧରି ଶୋଇପାରିନଥାଆନ୍ତେ।” ଧନଖଡ ନିଜ କଥାକୁ ଯଥାର୍ଥ ପ୍ରମାଣିତ କରିବା ପାଇଁ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇ ଏହାକୁ ଗଣତନ୍ତ୍ରର ସଜ୍ଞା ବୋଲି ମଧ୍ୟ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking