20.1 C
Bhubaneswar
Wednesday, December 25, 2024
Homeଓଡିଶାଧାନ ନନେଲେ ହେବ ଆକ୍ସନ: କେଭି ସିଂଦେଓ

ଧାନ ନନେଲେ ହେବ ଆକ୍ସନ: କେଭି ସିଂଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବଡ ବୟାନ ଦେଇଛନ୍ତି । ଚାଷୀଙ୍କ ଧାନ ଉଠାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଚାଷୀ ଜରି ବସ୍ତାରେ ଧାନ ଆଣିଲେ ବି ମିଲର୍ସ ନେବେ । ମିଲର୍ସ ଧାନ ନ ହେଲେ ହେବ ଆକ୍ସନ । ଚାଷୀଙ୍କ ଠୁ କଟନିଛଟନିରେ ଧାନ ଉଠାଇବେ । ପାକ୍ସକୁ ସରପ୍ରାଇଜ ଭିଜିଟ୍ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ପାକ୍ସରେ ହେଉଥିଲା କଟନୀ ଛଟନୀ । ଅଧିକାରୀ ଓ ପାକ୍ସ ସେକ୍ରେଟାରୀଙ୍କ ସହ ସିଏସଓଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ଚାଷୀଙ୍କ ଧାନ କଟନୀ ଛଟନୀ କରିବା ସହ ଧାନ ବସ୍ତାକୁ ନେଇ ହଇରାଣ କରୁଥିଲେ । ଏନେଇ ଖବର ପାଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏଭଳି ଖବର ବଲାଙ୍ଗିର ସଦେଇପାଲି ପାକ୍ସରୁ ଆସିବା ପରେ ଅଚାନକ ସରପ୍ରାଇଜ ଭିଜିଟରେ ପହଞ୍ଚି ଥିଲେ । ସେଠାରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଚାଷୀଙ୍କ ଅଭିଯୋଗ ଥିଲା ପ୍ରତି କ୍ବିଣ୍ଟାଲରେ ୫ କେଜିରୁ ଅଧିକ କଟାଯାଉଛି । ଏହାସହ ଅଖା ବସ୍ତାକୁ ନେଇ ଅଭିଯୋଗ କରିଥିଲେ । ଏନେଇ ୨ ଘଣ୍ଟା ସମୟ ଧରି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking