24.1 C
Bhubaneswar
Thursday, October 24, 2024
Homeଓଡିଶାଧାମରା ଉତ୍ତର ଦେଇ ପଶିବ ‘ଦାନା’; ଆଜିଠୁ ଭୟାନକ ବର୍ଷା

ଧାମରା ଉତ୍ତର ଦେଇ ପଶିବ ‘ଦାନା’; ଆଜିଠୁ ଭୟାନକ ବର୍ଷା

ଭୁବନେଶ୍ୱର: ବାତ୍ୟାର  କେନ୍ଦ୍ରସ୍ଥଳରୁ ୨୦୦ କିଲୋମିଟର ଗୋଲେଇ ଭିତରେ ତାଣ୍ଡବ ଖେଳାଇବ ବାତ୍ୟା ‘ଦାନା’ । ଗୁରୁବାର ରାତି ସାଢ଼େ ୧୧ଟାରୁ ଶୁକ୍ରବାର ମଧ୍ୟାହ୍ନ ଯାଏ ୧୧୦ରୁ  ୧୨୦ କିଲୋମିଟର ବେଗରେ ମାଡ଼ ହେବ ପବନ । ଧାମରା ବନ୍ଦରଠାରୁ ଉତ୍ତରରେ ଶୁକ୍ରବାର ସକାଳୁ  ସ୍ଥଳଭାଗରେ ପ୍ରବେଶ କରିବ । ଏହାପରେ ସାମାନ୍ୟ  ଦିଗ ବଦଳାଇବ । ମନ୍ଥର ଗତିରେ ଆଗେଇବ ଭଦ୍ରକ ଜିଲ୍ଲାର ବାସୁଦେବପୁର ଦେଇ ବାଲେଶ୍ୱର ଜିଲ୍ଲାର  ସିମୁଳିଆ ବ୍ଲକ୍‌ରେ ପହଞ୍ଚିବ ୨୫ ତାରିଖ ମଧ୍ୟାହ୍ନ  ବେଳକୁ । ସେ ଯାଏ ଭୀଷଣ ରୂପରେ ଥିବ ବାତ୍ୟା ।  ଏହାପରେ ତ୍ୱରିତ୍‌ ବେଗରେ ଦୁର୍ବଳ ହୋଇଯିବ । ପାଣିପାଗ ବିଭାଗ (ଆଇଏମ୍‌ଡି)ର ବାତ୍ୟା  ଗତିପଥ ଏପରି ପୂର୍ବାନୁମାନ ଦେଇଛି । ଏକଥା ବି  ସୂଚାଇଛି ଯେ ‘ଦାନା’ର କେନ୍ଦ୍ରୀୟ ମଣ୍ଡଳ ଦକ୍ଷିଣ  ପଶ୍ଚିମ ଭୁବନେଶ୍ୱର କଟକ ଠାରୁ ଉତ୍ତର ପଶ୍ଚିମରେ  ଆନନ୍ଦପୁର, ଘଟଗାଁ ଓ କେନ୍ଦୁଝର ଯାଏ ବ୍ୟାପିବ  ଯେଉଁଠି ପବନର ଗତି ୧୨୦ କିମି ଯାଏ ରହିପାରେ । ଅଣଚାଷ ପବନ ସାଙ୍ଗକୁ ଭୀଷଣ ବର୍ଷା ନେଇ  ଆସିବ ‘ଦାନା’ । ୭ ଜିଲ୍ଲାରେ ଭୟାନକ ବର୍ଷା ହେବ । ୨୦୦ରୁ ୩୦୦ ମିମି ଯାଏ ବର୍ଷା ହୋଇପାରେ । ପବନ  ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଅଛି ।

ବାତ୍ୟାର  ସମ୍ଭାବ୍ୟ ଟ୍ରାକ୍‌ କହୁଛି, ଗୁରୁବାର ରାତି ସାଢ଼େ  ୧୧ଟା ବେଳକୁ ‘ଦାନା’ ଭୀଷଣ ବାତ୍ୟା(ସିଭିୟର  ସାଇକ୍ଲୋନିକ ଷ୍ଟର୍ମ) ରୂପ ନେଇ ସାରିଥିବ ।  ସେତେବେଳେ ଏହା ଗହୀରମଥା ପାଖରେ ଥିବା  ଚେନ୍ନାଇ-କଲିକତା ଫେରି ରୁଟ୍‌(ଜାହାଜ ଚଳାଚଳ  ରୁଟ୍‌) ଉପରେ ଥିବ । ଯାହା ଓଡ଼ିଶା ଉପକୂଳ ଠାରୁ  ପାଖାପାଖି ୨୫ରୁ ୩୦ କିଲୋମିଟର ଦୂର । ଫେରି  ରୁଟ୍‌ରୁ ସାମାନ୍ୟ ପଶ୍ଚିମ ଦିଗକୁ ବୁଲି ଧାମରାରେ  ପଶିବ । ଧାମରାରେ ସ୍ଥଳଭାଗ ଛୁଇଁବା ବେଳକୁ  ୨୫ ତାରିଖ ସକାଳ ହୋଇଯିବା ସମ୍ଭାବନା ଅଧିକ । ଧାମରାରେ ସ୍ଥଳଭାଗ ଛୁଇଁବା ପରେ ଏହା  ଭଦ୍ରକ ଜିଲ୍ଲା ବାସୁଦେବପୁର ପାଖରେ ଘଷି ହୋଇ  ମାର୍କୋଣାକୁ ମୁହାଁଇବ । ସେତେବେଳେ ମଧ୍ୟ ଏହା ଭୀଷଣ ବାତ୍ୟା ହୋଇ ଆଗକୁ ବଢୁଥିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking