26.1 C
Bhubaneswar
Sunday, December 1, 2024
Homeଓଡିଶାତୃତୀୟ ଦିନରେ ଡିଜିପି ସମ୍ମିଳନୀ

ତୃତୀୟ ଦିନରେ ଡିଜିପି ସମ୍ମିଳନୀ

ଭୁବନେଶ୍ୱର: ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ ଅର୍ଥାତ ଶେଷ ଦିନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କାଲି ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଥିବା ବେଳେ ତାହାର ସମୀକ୍ଷା କରିଛନ୍ତି । ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି । ଆଜି ସମ୍ମିଳନୀର ଶେଷ ଦିନରେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଡିଜିପି ସମ୍ମିଳନୀରେ ଯୋଗଦେଇଛନ୍ତି । ସର୍ବ ଭାରତୀୟ ଡିଜି ଆଇଜି ସମ୍ମିଳନୀର ତୃତୀୟ ଦିନରେ ଅତିଥି ଭବନରେ ଯୋଗ କରିଛନ୍ତି ସମସ୍ତ ଡିଜି ଓ ଆଇଜି। ସକାଳ ୬ଟା ୩୦ରୁ ୭ଟା ଯାଏ ଡିଜି ଓ ଆଇଜିମାନେ ଯୋଗ କରିଥିଲେ । ପରେ ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଅତିଥି ଭଵନରୁ ଲୋକ ସେବା ଭଵନ ସମ୍ମିଳନୀ କକ୍ଷକୁ ଯାଇଛନ୍ତି। ସକାଳ ୮ଟା ୩୦ରୁ ସର୍ବ ଭାରତୀୟ ଡିଜି ଆଇଜି ସମ୍ମିଳନୀ ଆରମ୍ଭ ହୋଇଛି । ଆଜି ହେଉଛି ଉଦଯାପନୀ ଉତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ମିଳନୀରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking