28.1 C
Bhubaneswar
Tuesday, February 3, 2026
Homeଓଡିଶାଦ୍ବିତୀୟ ଦିନରେ ଡିଜିପି ସମ୍ମିଳନୀ

ଦ୍ବିତୀୟ ଦିନରେ ଡିଜିପି ସମ୍ମିଳନୀ

ଭୁବନେଶ୍ବର: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ। ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ଆଇଜି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ବିଳନୀକୁ ସମ୍ବୋଧିତ କରିବେ। ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଶୀର୍ଷ ପୁଲିସ ନେତୃତ୍ୱ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ, ସାଇବର ଅପରାଧ ଏବଂ ଅର୍ଥନୈତିକ ନିରାପତ୍ତା ସମେତ ବର୍ତ୍ତମାନର ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହେବ। ଏହା ସହିତ ତିନୋଟି ନୂଆ ଅପରାଧିକ ଆଇନ ର କାର୍ୟ୍ୟକାରିତାର ଅଗ୍ରଗତି ଏବଂ ପୁଲିସ ସହ ଜଡିତ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ମଧ୍ୟ ସମୀକ୍ଷା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking