ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ। ୨ ଦିନ ଧରି ଆୟୋଜିତ ହେଉଛି ଡିଜିପି ସମ୍ମିଳନୀ । ସୁରକ୍ଷା ବଳୟ ଉପରେ ହେବ ଗୁରୁତ୍ୱପୂର୍ଣ ଆଲୋଚନା । ସମ୍ମିଳନୀରେ ଯୋଗ ଦେବେ ମୋଦି , ଶାହା, ଡୋଭାଲ । ବୈଠକରେ ସାମିଲ ହେବେ ସମସ୍ତ ରାଜ୍ୟର ଡିଜି , ଆଇଜିପି । ଏଠି ନେଇ ରାଜଧାନୀ ଭୁବନେଶ୍ୱର ସଜାହେଇଛି । ସମସ୍ତ ସିକ୍ୟୁରିଟି ବ୍ୟବସ୍ତା ମଧ୍ୟ କରାଯାଇଛି । ଆଜି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ । ଆସନ୍ତୁ ଜାଣିବା ଆଜି କେଉଁଠି କେଉଁଠି ଟ୍ରାଫିକ କଟକଣା ରହିବ -ଦିନ ଗୋଟାରୁ ୨ଟା: ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସପିଟାଲ ଛକ ଓ ଏ.ଜି ଛକରେ ଗାଡି ଚଳାଚଳ ବନ୍ଦ । -ଅପରାହ୍ନ ୪ଟା ୪୫ରୁ ୫ଟା୨୫:ଏୟାରପୋର୍ଟ ଛକ , ହସପିଟାଲ ଛକ, ଏଜି ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା । ସନ୍ଧ୍ୟା ୬ଟାରୁ ୬ଟା ୪୫: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ। -ସନ୍ଧ୍ୟା ୭ଟା୩୦ରୁ ୮.୨୦: ଏଜି ଛକ, ରବୀନ୍ଦ୍ରମଣ୍ଡପ ଛକ, ୧୨୦ ବାଟାଲିୟନ ଛକ, ଜୟଦେବ ବିହାର, ନାଲକୋ ଛକ -ରାତି ୮ଟା୨୫ରୁ ୮ଟା ୫୦: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ।