ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଉପସ୍ଥିତ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଏବଂ ସବୁ ରାଜ୍ୟର ଡିଜିପି । ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।୫୯ ତମ ଡିଜି ଆଇଜି ସମ୍ମିଳନୀ ଆରମ୍ଭ ହେଉଛି । ଏହି ସମ୍ମିଳନୀରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଉଛନ୍ତି । ଶାହଙ୍କ ପୂର୍ୱରୁ ଓଡିଶାରେ ପହଞ୍ଚିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମ ରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।










