ଭୁବନେଶ୍ୱର: ଦତ୍ତେଶ୍ୱରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡିଦେଲେ ଭକ୍ତ ଦାସ । ବହୁ ବର୍ଷ ପରେ ଓଡିଶାରେ ସମଭାବାପନ୍ନ ଦଳମାନେ ଏକାଠି ହେଲେ । ବିଜେଡି- କଂଗ୍ରେସ- ସିପିଏମ ଏକାଠି ହେବା ରାଜନୈତିକ ନିଷ୍ପତ୍ତି ନିଆଯାଇଛି । ଆଦରଣୀୟ ନବୀନ ବାବୁଙ୍କ ପ୍ରସ୍ତାବକୁ ଏଆଇସିସି ଗ୍ରହଣ କଲା । ଆମେ କଥାବାର୍ତ୍ତା ହୋଇ ରାଜ୍ୟ ହିତରେ କମନ କ୍ୟାଣ୍ଡିଡେଟ କଲୁ । ନବୀନ ବାବୁ ସ୍ପଷ୍ଟ ବାବେ ସମାଜବାଦୀ, ସମଭାବାପନ୍ନ ଦଳଙ୍କ କଥା କହିଛନ୍ତି । ତେଣୁ ଓଡିଶା ରାଜନୀତିରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି । ନବୀନ ବାବୁଙ୍କର ନାହିଁ ମଥିବା ଲୋକପ୍ରିୟତା ଓଡିଶାରେ ରହିଛି । ଭୋଟ ପ୍ରତିଶତରେ ଆଜି ବି ସେ ରାଜ୍ୟରେ ସବୁଠୁବ ଅଧିକରେ ଅଛନ୍ତି । ନବୀନ ବାବୁଙ୍କ ଏହି ନିଷ୍ପତ୍ତି ବହୁତ ବଡ , ପୂର୍ବରୁ ବିଜୁ ବାବୁ ଏପରି କରୁଥିଲେ । ସେତେବେଳେ ବିଜୁ ବାବୁଙ୍କ ନିଷ୍ପତ୍ତିକୁ ଭାରତ ବର୍ଷ ନେତାମାନେ ଗ୍ରହଣ କରୁଥିଲେ । ପଞ୍ଚାୟତ ଓ ଅନ୍ୟ ନିର୍ବାଚନ ନେଇ ପରବର୍ତ୍ତୀ ଅବସ୍ଥାରେ ନିଷ୍ପତ୍ତି ନିଆଯିବ କହିଛନ୍ତି ଭକ୍ତ ।










