25.1 C
Bhubaneswar
Friday, December 19, 2025
Homeଅପରାଧସୈତାନ ବାପ: ଝିଅ ଓ ସ୍ତ୍ରୀ ଉପରକୁ ଏସିଡ୍ ଫୋପାଡ଼ିଲା

ସୈତାନ ବାପ: ଝିଅ ଓ ସ୍ତ୍ରୀ ଉପରକୁ ଏସିଡ୍ ଫୋପାଡ଼ିଲା

ଉତ୍ତରପ୍ରଦେଶ: ଆପଣମାନେ ଅନେକ ଏସିଡ୍ ମାଡ଼ ଘଟଣା ସମ୍ପର୍କରେ ଶୁଣିଥିବେ। କେହି ପରକ୍ରିୟା ପ୍ରୀତି କିମ୍ୱା ଏକ ତରଫା ପ୍ରେମରେ ବିଫଳତା କିମ୍ୱା ଅନ୍ୟ କୌଣସି ଶତ୍ରୁତା କାରଣରୁ ଏସିଡ୍ ମାଡ଼ କରିଥାନ୍ତି। ହେଲେ ଏଠି ଜଣେ ବାପା ନିଜ ସ୍ତ୍ରୀ ଓ ଜନ୍ମକଲା ୨ ଝିଅଙ୍କ ଉପରକୁ ଏସିଡ୍ ଆଟାକ୍ କରି ସେମାନଙ୍କୁ ସବୁଦିନ ପାଇଁ ବିକୃତ କରିଦେବାକୁ ଚେଷ୍ଟା କରିଛି। ଆଉ ସେଥିରେ ସଫଳ ମଧ୍ୟ ହୋଇଛି। ଏସିଡ୍ ଆଟାକ୍ ପରେ ଘଟଣାସ୍ଥଳରୁ ଫେରାର ମଧ୍ୟ ହୋଇଯାଇଛି। ଘଟଣାଟି ହେଉଛି ଉତ୍ତର ପ୍ରଦେଶର ଶାହଜାହାନପୁରର ନିଗୋହି ଥାନା ଅଞ୍ଚଳର ଏକ ଗାଁର। ଶୁକ୍ରବାର ଦିନ ରାତିର ଘଟଣା। ହରଦୋଇ ଜିଲ୍ଲାର ଶାହବାଦରେ ୧୫ ବର୍ଷ ଧରି ପୁଅ, ଏବଂ ୨ ଝିଅଙ୍କୁ ଧରି ରହି ଆସୁଛନ୍ତି ଏସିଡ୍ ପୀଡିତ ମହିଳା। ହେଲେ ଶୁକ୍ରବାର ଦିନ ରାତିରେ ଉକ୍ତ ମହିଳାଙ୍କ ସ୍ୱାମୀ ରାମଗୋପାଳ କାନ୍ଥ ଡେଇଁ ତାଙ୍କ ଘରେ ପ୍ରବେଶ କରିଥିଲେ।

ହେଲେ ସେତେବେଳେ ଘରେ ପୁଅ ନଥିଲା। କେବଳ ମା’ ଓ ୨ ଝିଅ ଘରେ ଶୋଇଥିଲେ। ଏହାର ସୁଯୋଗ ନେଇ ରାମଗୋପାଳ ସେମାନଙ୍କ ଉପରକୁ ଏସିଡ୍ ଫଓପାଡ଼ି ଫେରାର ହୋଇଯାଇଥିଲା। ସ୍ତ୍ରୀର ଚିତ୍କାର ଶୁଣି ଅଭିଯୁକ୍ତ ସ୍ୱାମୀ ରାମଗୋପାଳ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାପରେ ପୀଡିତା ସ୍ତ୍ରୀ ଜଣଙ୍କ ତାଙ୍କ ପୁଅକୁ ଫୋନ କରି ଡାକିଥିଲେ। ଘରକୁ ଫେରିବା ପରେ ପୁଅ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ପୋଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମା’ ଏବଂ ଝିଅଙ୍କୁ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଏବେ ଆହତ ମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking