18.1 C
Bhubaneswar
Friday, December 19, 2025
Homeଓଡିଶାବିଶ୍ୱ ବ୍ୟାଙ୍କ ମିଶନ କର୍ତ୍ତୃପକ୍ଷଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ

ବିଶ୍ୱ ବ୍ୟାଙ୍କ ମିଶନ କର୍ତ୍ତୃପକ୍ଷଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ

ଭୁବନେଶ୍ୱର: ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଶ୍ୱ ବ୍ୟାଙ୍କ ମିଶନ ଟିମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ(ଓଏସସିଆରଜିପି) ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ବିଭାଗର ପଦାଧିକାରୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା) ର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଶ୍ୱବ୍ୟାଙ୍କ ଓ ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମଜାରି ରଖିଛନ୍ତି । ୨୦୨୩-୨୪ରୁ ଆରମ୍ଭ ହୋଇ ଅପ୍ରେଲ ୨୦୨୮ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବା ପାଇଁ ପାଣ୍ଠି ପ୍ରାବଧାନ ରହିଛି ।

ଓଏସସିଆରଜିପିପାଣ୍ଠି ମୁଖ୍ୟତଃ ରାଜ୍ୟରକ୍ଷମତା ବୃଦ୍ଧି ଓ ନିରନ୍ତରତା ଭିତ୍ତିକ ବିକାଶକୁ ସୁଦୃଢ଼ କରିବା, ବିଶେଷ କରିବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ଏକୀକୃତ ବିତରଣ ପ୍ରଣାଳୀ ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇ ଆର୍ଥିକ ଓ ସାମାଜିକ ସୁରକ୍ଷା ପରିସର ବୃଦ୍ଧି କରିବା,ପ୍ରାକୃତିକ ଦୁର୍ବିପାକ ଜନିତ ଆର୍ଥିକ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ପୂର୍ବାନୁମାନ ଓ ସତର୍କତା ପାଇଁ ସମାଜର ସବୁ ବର୍ଗଙ୍କୁ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ସମୟୋଚିତ ଭାବେ ସୂଚନା ପ୍ରଦାନ କରିବା, ନିରନ୍ତର ବିକାଶ, ନୀତି ଓ ଯୋଜନା ରୂପାନ୍ତରଣରେ ପାରଦର୍ଶିତା ଆଣିବା, ଦାୟିତ୍ୱବୋଧ ଓ କାର୍ଯ୍ୟ କ୍ଷମତା ବଢ଼ାଇବା ପାଇଁ ସଂସ୍ଥାଗତ ସଂସ୍କାରନିମନ୍ତେ ଖର୍ଚ୍ଚ କରାଯାଉଛି । ତତ୍ ସହିତ ସରକାରୀ ସ୍ତରରେ ଓ ସାମାଜିକ ଏବଂ ଅର୍ତନୈତିକ ବିକାଶ ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଓବିତରଣ ପ୍ରଣାଳୀକୁ ଆଧୁନିକୀକରଣ କରାଯାଇ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥା ସୁଦୃଢ଼ୀକରଣ କରାଯାଉଛି, ଯଦ୍ୱାରା କି ରାଜ୍ୟର ଯୋଜନା, ନୀତି ପ୍ରଣୟନ ଓ କାର୍ଯ୍ୟକାରିତା ତଥ୍ୟଭିତ୍ତିକ ହେବ ।

ବୈଠକରେ ଉନ୍ନୟନ କମିଶନର ଏହି କାର୍ଯ୍ୟକ୍ରମର ବର୍ଷଓ୍ୱାରୀ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ । ଖର୍ଚ୍ଚ ସମୀକ୍ଷା କରିବା ସହିତଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ହାର ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ତଥ୍ୟ ପରିଚାଳନା କମିଟି ବୈଠକ ଶୀଘ୍ର ଅନୁଷ୍ଠିତ କରାଯିବା ନେଇ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱବ୍ୟାଙ୍କ କର୍ତ୍ତୃପକ୍ଷ ଓଡିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ସଂପର୍କିତ ମୂଲ୍ୟାୟନରେ ସୂଚନା ସରବରାହ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ବିଶ୍ୱବ୍ୟାଙ୍କ ପାଣ୍ଠିର ଉପଯୋଗିତା ନେଇ ଆଲୋଚନା କରିଥିଲେ । ବଜ୍ରପାତ, ଶୀତ ଲହରଭଳି ବହୁମୁଖୀ ବିପର୍ଯ୍ୟୟର ମୁକାବିଲା ପାଇଁ ବାର୍ତ୍ତା ପ୍ରସାରଣ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବାକୁଓସଡମାକୁ ପରାମର୍ଶ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking