33.1 C
Bhubaneswar
Saturday, March 28, 2026
Homeଓଡିଶାମଠ ମନ୍ଦିର ପାଇଁ ‘ଦେବାଳୟ ଯୋଜନା’: ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ସରକାର

ମଠ ମନ୍ଦିର ପାଇଁ ‘ଦେବାଳୟ ଯୋଜନା’: ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ମଠ-ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପରିଚାଳନା ପାଇଁ ଖୁବଶୀଘ୍ର ଏକ ନୂଆ ଯୋଜନା ଆଣିବେ। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’ ରଖାଯାଇଛି। ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ମଠ-ମନ୍ଦିରର ସାମଗ୍ରିକ ବିକାଶ ଓ ସୁରକ୍ଷା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ। ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଥିବା ମଠମନ୍ଦିର ଗୁଡ଼ିକର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି ।

ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି। ଯେଉଁସବୁ ଦିଗ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଛି ତାକୁ ଗୁରୁତ୍ୱ ଦିଆଯିବ। ମଠ-ମନ୍ଦିରଗୁଡ଼ିକୁ ଯେଭଳି ଧାର୍ମିକ କ୍ଷେତ୍ରରେ ଅଧିକ ସମ୍ମାନ ଦିଆଯାଇପାରିବ ସେନେଇ ଚର୍ଚ୍ଚା-ଆଲୋଚନା ଜାରି ରହିଛି। ସରକାର ଏବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା।

କିନ୍ତୁ ଏହି ନୂଆ ଯୋଜନାରେ ଅନେକ କଥା ରହିଛି। ନୂଆ ଯୋଜନାରେ ପ୍ରାଥମିକ ଭାବେ ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ଓ ଅନ୍ୟାନ୍ୟ ସମସ୍ୟା କଥା ରହିଛି। ଯାହାର ସମାଧାନ କରାଯିବ। ନିର୍ଦ୍ଦିଷ୍ଟ ରୂପରେଖ ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ। ଓଡ଼ିଶାର ସଂସ୍କୃତି ଯେଉଁ ମଠମନ୍ଦିର ସହ ଜଡ଼ିତ ଅଛି ସେଗୁଡ଼ିକର ସୁରକ୍ଷା ଆମ ପ୍ରାଥମିକତା। ସେଥିପାଇଁ ଯାହା ଯାହା ଆବଶ୍ୟକ ସରକାର ନିଶ୍ଚିତ ଭାବେ ସେ କଥାକୁ ପ୍ରାଥମିକତା ଦେଇ କରିବେ। ମଠମନ୍ଦିରର ସୁରକ୍ଷା,ପରିଚାଳନା ଓ ମରାମତି ଦୃଷ୍ଟିରୁ ଯେଉଁସବୁ ସମସ୍ୟା ଥିଲା ତାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking