21.1 C
Bhubaneswar
Monday, February 2, 2026
Homeଓଡିଶାପାର୍ଟୀର ସାଂଗଠନିକ କାର୍ଯ୍ୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକ ସଂପର୍କରେ ହେଲା...

ପାର୍ଟୀର ସାଂଗଠନିକ କାର୍ଯ୍ୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକ ସଂପର୍କରେ ହେଲା ବିସ୍ତୃତ ଆଲୋଚନା: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ପାର୍ଟିର ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଏକ ବିଶେଷ ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପାର୍ଟୀର ସାଂଗଠନିକ କାର୍ଯ୍ୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି ।

ବୈଠକ ସଂପର୍କରେ ସୁଚନା େଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବୈଠକରେ ବିଶେଷ କରି ପାର୍ଟୀର ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା, ବୁଥ୍ ଠାରୁ ଆରମ୍ଭ କରି ଜିଲ୍ଲା କମିଟି ଗଠନ; ମଣ୍ଡଳ କମିଟି ଓ ବିଭିନ୍ନ ମୋର୍ଚ୍ଚା କମିଟି ଗଠନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସମସ୍ତ କାର୍ଯ୍ୟକୁ ତୁରନ୍ତ କିପରି ସମାପ୍ତ କରାଯିବ ତାର ଯୋଜନା ପ୍ରସ୍ତୁତ କରାଗଲା । ସେହିପରି ଗରିବମାନଙ୍କ କଲ୍ୟାଣ ଓ ଉତଥାନ ପାଇଁ “ଭିବି-ଜି-ରାମ୍‌ଜି” ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ କରାଯିବାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଭାରତୀୟ ଜନତା ପାର୍ଟି ଏକ ରାଜନୈତିକ ଦଳ ଏବଂ ସବୁବେଳେ ନିର୍ବାଚନ ପାଇଁ ପୂର୍ବ ଓ ପୂର୍ଣ୍ଣ ପ୍ରସ୍ତୁତ ଥାଏ । ସେହି ଆଧାରରେ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ନିର୍ବାଚନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking