21.1 C
Bhubaneswar
Saturday, December 6, 2025
Homeଓଡିଶାନିରାପଦ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁନିରନ୍ତର ଏବଂ ସମ୍ମିଳିତ  ପ୍ରୟାସ ଉପରେ ବିସ୍ତୃତ ଆଲୋଚନା

ନିରାପଦ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁନିରନ୍ତର ଏବଂ ସମ୍ମିଳିତ  ପ୍ରୟାସ ଉପରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର:  ଓଡ଼ିଶାରେ ମେଗା ପାଇପ ଜଳ ଯୋଗାଣ (ପିଡବ୍ୟୁଏସ୍) ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ସେସବୁର ପରିଚାଳନା ଓ ରକ୍ଷଣାବେକ୍ଷଣ ପରିପ୍ରେକ୍ଷୀରେ  ସଂପୃକ୍ତ ବିଭିନ୍ନ ବିଭାଗର ସମନ୍ୱୟକୁ ଅଧିକ ସୁଦୃଢ଼  କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶକ୍ତି ଆଦି ସଂପୃକ୍ତ ବିଭାଗର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ବୈକ୍ଷୟିକ ମୁଖ୍ୟଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ହୋଇଥିବା ଜଳଯୋଗାଣ ପ୍ରକଳ୍ପଗୁଡିକର ସ୍ଥିତି ସମୀକ୍ଷା କରାଯାଇଥିଲା ଏବଂ ଯେଉଁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ୱୟନ  ନେଇ ସଂପୃକ୍ତ ବିଭିନ୍ନ ବିଭାଗୀୟ ସମସ୍ୟା ରହିଛି, ସେସବୁକୁ ଏକ ମାସ ମଧ୍ୟରେ ସମାଧାନ କରିବାକୁ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ  ଦିଆଯାଇଥିଲା ।  ଏହାକୁ ସହଜ କରିବା ପାଇଁ   ସାପ୍ତାହିକ କିମ୍ବା  ପାକ୍ଷିକ ଯୁଗ୍ମ ସମୀକ୍ଷା ବୈଠକ କରାଯିବ  ଏବଂ ଏଥିପାଇଁ ସଂପୃକ୍ତ ବିଭିନ୍ନ ବିଭାଗର ନୋଡାଲ ଅଧିକାରୀମାନଙ୍କର ଏକ ନିର୍ଦ୍ଦିଷ୍ଟହାଟସ୍ଆପ୍ ଗ୍ରୁପ୍ କରାଯିବ, ଯଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଉପଯୁକ୍ତ ସମନ୍ୱୟ  କରାଯାଇପାରିବ ।

ଉନ୍ନୟନ ଆୟୁକ୍ତ ଶ୍ରୀମତୀ ଗର୍ଗ  ପାନୀୟ ଜଳ ଯୋଗାଣର ପରିଚାଳନା ଓ ରକ୍ଷଣାବେକ୍ଷଣର ଉନ୍ନତି ପାଇଁ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ । ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ବାସ୍ତବ ସମୟଭିତ୍ତିକ ନିରୀକ୍ଷଣ(ରିଅଲ ଟାଇମ ମନିଟରିଂ ) ପାଇଁ ଏକ ସୁଦୃଢ  ଡିଜିଟାଲ୍ ପ୍ଲାଟଫର୍ମ ବିକଶିତ କରାଯାଉଛି । ଏହି ବ୍ୟବସ୍ଥା  ପ୍ରଥମେ ମେଗା ପ୍ରକଳ୍ପଗୁଡ଼ିକରେ ସ୍ଥାପିତ  ସ୍କାଡା ( ତଦାରଖ ନିୟନ୍ତ୍ରଣ ଏବଂ ତଥ୍ୟ ଅଧିଗ୍ରହଣ) ବ୍ୟବସ୍ଥା ସହ ସଂଯୋଜିତ ହେବ ଏବଂ ସମୟକ୍ରମେ ତାହା ସଂପ୍ରସାରିତ ହୋଇ ଛୋଟ ଛୋଟ ଯୋଜନାଗୁଡିକରେ ଥିବା କମ୍ପୃଟରୀକୃତ ବ୍ୟବସ୍ଥା(ଆଇଓଟି) କୁ ଅନ୍ତଭୁକ୍ତ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା  ।

କ୍ଷେତ୍ରସ୍ତରରେ ପାନୀୟ ଜଳ ଯୋଗାଣର ପ୍ରଭାବୀ ପରିଚାଳନା ଓ  ରକ୍ଷଣାବେକ୍ଷଣ ତଦାରଖପାଇଁ ପ୍ରତି ଜିଲ୍ଲାସ୍ତରରେ ପ୍ରକଳ୍ପ ପରିଚାଳନା ୟୁନିଟ୍ ସ୍ଥାପନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ଏଥି ସହିତ, ସମାନ୍ତରାଳ ଭାବେସ୍ୱୟଂ ସହାୟକ  ଗୋଷ୍ଠୀର ସଦସ୍ୟାମାନଙ୍କୁ  ପାଣିର ଗୁଣବତ୍ତା ନିରୀକ୍ଷଣ କୌଶଳ, ଫିଲ୍ଡ ଟେଷ୍ଟିଂ କିଟ୍, ସୁରକ୍ଷିତ ସର୍ବେକ୍ଷଣ ଏବଂ ଜଳ ଜୀବନ ମିଶନ୍ ଆପ ମାଧ୍ୟମରେ  ରିଅଲ୍ ଟାଇମ୍ ରିପୋର୍ଟିଂ  ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ।

ଭିତ୍ତିଭୂମିକୈନ୍ଦ୍ରିକ ଦୃଷ୍ଟିକୋଣରୁ ସେବାବିତରଣ ମୂଳକ ମଡେଲକୁ ପରିବର୍ତ୍ତନ କରିବାର ଆବଶ୍ୟକତାକୁ  ଗୁରୁତ୍ୱ ଦେଇ କମିଟି ତରଫରୁ  ସଂସ୍ଥାଗତ ପୁନର୍ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ଦକ୍ଷ,ଉତ୍ତରଦାୟୀ ଓ ନିରନ୍ତରତା ଭିତ୍ତିରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ନିମନ୍ତେ  ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଜାତୀୟ ସ୍ତରରେ ଅବଲମ୍ବନ କରାଯାଉଥିବା  ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ  ଅଧ୍ୟୟନ କରାଯାଇ ତଦନୁସାରେ ବିଭାଗରେ ରହିଥିବା ସଂସ୍ଥାଗତ ଗଠନାତ୍ମକ ପୁନର୍ବିନ୍ୟାସ କରିବାକୁ ପ୍ରସ୍ତାବ ଦିଆଯିବ

ଅନ୍ୟ ସଂସ୍ଥାଗୁଡ଼ିକ  ଦ୍ୱାରା  ବିଭିନ୍ନ ସମୟରେ ନିର୍ମାଣ କାର୍ଯ୍ୟ ଯୋଗୁଁ ପାଇପ୍ ଲାଇନ୍ ଭିତ୍ତିଭୂମିଗୁଡ଼ିକ ବାରମ୍ବାର  କ୍ଷତି ହେଉଥିବା ସଂପର୍କରେ ବିଭାଗ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କରାଯାଉଥିବା ଖନନ କାର୍ଯ୍ୟ ପୂର୍ବରୁ ସିବିୟୁଡି(କଲ୍ ବିଫୋର ୟୁ ଡିଗ୍ ) ପ୍ଲାଟଫର୍ମରେ ସଂପୃକ୍ତ ବିଭାଗ ବା  ସଂସ୍ଥାମାନେ  ସୂଚନା ପ୍ରଦାନ ନିଶ୍ଚିତ କରିବା ସଂପର୍କରେ ସରକାରୀ ନିର୍ଦ୍ଦେଶନାମା ଜାରି କରିବାକୁ  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ କମିଟି ସମର୍ଥନ କରିଛି । ପାଇପ୍ ଲାଇନ୍ ଆନୁଷଙ୍ଗିକ ବ୍ୟବହାର୍ଯ୍ୟଗୁଡ଼ିକ(ଆସେଟ୍ସ), ଜିଆଇଏସ୍ଭିତ୍ତିକ ମ୍ୟାପିଂ କରି ପାନୀୟ ଜଳ ପରିଚାଳନାରେକମ୍ କ୍ଷତି ପହଁଚାଇବା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ କମିଟି ପରାମର୍ଶ ଦେଇଛି  । ଗ୍ରାମାଂଚଳର ସବୁ ପରିବାରକୁ ସାର୍ବଜନୀନ, ବିଶ୍ୱସ୍ତ ଏବଂ ନିରାପଦ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ସଂପୃକ୍ତ ସମସ୍ତ ବିଭାଗମାନଙ୍କ ଦ୍ୱାରା  ନିରନ୍ତର ଏବଂ ସମନ୍ୱିତ ପ୍ରୟାସ କରିବାକୁ କମିଟି ତରଫରୁ ସମ୍ମିଳିତ ଆହ୍ୱାନ ଦିଆଯାଇଛି ।

                                                                                         

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking