ଭୁବନେଶ୍ୱର : ଆଜି ତଥା ଅନ୍ତର୍ଜାତୀୟ ମହିଳା ଦିବସ – ୨୦୨୫ ର ଗୋଟେ ଦିନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନ୍ତର୍ଜାତୀୟ ମହିଳା ଦିବସ କୁ ନିଆରା ଢଙ୍ଗରେ ପାଳିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଓ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ରେ ଉଚ୍ଚ ପଦବୀ ଥିବା ମହିଳା ବ୍ୟକ୍ତିତ୍ୱମାନେ ଆଜି ଏକ ଛାତ ତଳେ ଏକାଠି ହୋଇଥିଲେ। ପଦ ପଦବୀ କୁ ଭୁଲି ସମସ୍ତେ ଜଣେ ମହିଳା ହିସାବରେ ଆଜି ଏହି ଉତ୍ସବକୁ ଉପଭୋଗ କରିଥିଲେ।
ବିଭିନ୍ନ ବର୍ଗର ମହିଳାଙ୍କ ସହ ନିଆରା ଢଙ୍ଗରେ ଅନ୍ତର୍ଜାତୀୟ ମହିଳାଦିବସ ପାଳିଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା l#ଘରେଘରେସୁଭଦ୍ରା@CMO_Odisha @PravatiPOdisha @IPR_Odisha @mission_shakti @PIBBhubaneswar pic.twitter.com/D11gfm8Lf4
— Department of WCD, Government of Odisha (@WCDOdisha) March 7, 2025
ମାନ୍ୟବର ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଲେ ଯେ ଆଗାମୀ ଦିନରେ ନାରୀଶକ୍ତି ହିଁ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ପ୍ରତୀକ ହେବ। ଏହା ସହ ମାନ୍ୟବର ବିଧାନସଭା ବାଚସ୍ପତିଙ୍କ ସହ ମହିଳା ରାଜନେତା, ସମାଜସେବୀ, ମହିଳା ଓକିଲବୃନ୍ଦ , ଅଣସରକାରୀ ସଂସ୍ଥା ରେ କାର୍ଯ୍ୟରତ ମହିଳା, ଉଚ୍ଚପଦସ୍ଥ ମହିଳା ଅଧିକାରୀବୃନ୍ଦ ଓ କର୍ମଚାରୀବୃନ୍ଦ ଅଡ଼ି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ।










