ଯାଜପୁର: ରାଜ୍ୟ ସରକାର ସହରାଞ୍ଚଳର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ପ୍ରକୃତରେ ଏହାର ସଫଳ ରୂପାୟନ ହୋଇପାରୁନାହିଁ | ପିଇବା ପାଣି ଟିକେ ପାଇଁ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହାର ଉଦାହରଣ ଦେଖିବାକୁ ବ୍ୟାସନଗର ସହର ୧୩ ନଂ ୱାର୍ଡ ରାଇସମିଲ ଅଞ୍ଚଳରେ ଦେଖିବାକୁ ମିଳିଛି | ଗତ ପଞ୍ଚ ଦିନ ହେବ ସହରାଞ୍ଚଳ ପାନୀୟ ଜଳ ଯୋଗାଣ କାରି ସଂସ୍ଥା (ୱାଟକୋ) ପାଇପରୁ ଗୋଳିଆ ପାଣି ବାହାରୁଛି | ଯାହାଫଳରେ ପିଇବା ପାଣି ଟିକେ ପାଇଁ ୱାର୍ଡ ବାସିନ୍ଦା ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଥିବାରୁ ସମସ୍ୟାକୁ ଦ୍ଵିଗୁଣିତ କରୁଛି | ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି ସମସ୍ୟାର ସମାଧାନତ ଦୂରର କଥା ଟ୍ୟାଙ୍କର ସାହାଯ୍ୟରେ ପାଣି ମଧ୍ୟ ଯୋଗାଇ ଦିଆଯାଇନାହିଁ | ଯାହାକୁ ନେଇ ୱାର୍ଡ ବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି | କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସମସ୍ୟାର ତ୍ୱରିତ ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି | ଏନେଇ ଯାଜପୁରରୋଡ଼ ୱାଟକୋ କର୍ତ୍ତୃପକ୍ଷ ବାଇକ ଦେବାକୁ ମନା କରି ଲେ| ଉକ୍ତ ୱାର୍ଡକୁ ଯାଇଥିବା ପାଇପ କୌଣସି ସ୍ଥାନରେ ଫାଟିଥିଵାରୁ ଗୋଳିଆ ପାଣି ବାହାରୁ ଥିବା ଅନୁମାନ କିନ୍ତୁ ପାଇପି ପାଟି ଥିବା ସ୍ଥାନ ଠାବ କରି ବାରେ ବିଳମ୍ବ ଘଟୁଛି|










