ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବନ ବିଭାଗ, ବିଶ୍ରା ଉପ-ରେଞ୍ଜର ଅସିତ କୁମାର ପଟ୍ଟନାୟକ ଜଣେ ଗାଡ଼ି ମାଲିକଙ୍କଠାରୁ ୧୮,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପଟ୍ଟନାୟକଙ୍କ ସହିତ ଜଡିତ ୪ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି । ଚଢ଼ାଉ ସମୟରେ, ରାଉରକେଲାର ବାସନ୍ତୀ କଲୋନୀରେ ଥିବା ତାଙ୍କ ବାସଭବନରୁ ନଗଦ ୮.୩୭ ଲକ୍ଷ ଟଙ୍କା ଏବଂ ପ୍ରାୟ ୩୯୦ ଗ୍ରାମ ଓଜନର ସୁନା ଜବତ କରିଥିଲା ଭିଜିଲାନ୍ସ ଟିମ ।