27.1 C
Bhubaneswar
Friday, June 13, 2025
Homeଓଡିଶାରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର:  ନୂଆଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ରାଷ୍ଟ୍ରୀୟ କୃଷି ସମ୍ମିଳନୀର ଖରିଫ ଅଭିଯାନ ୨୦୨୫ ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଖରିଫ ଅଭିଯାନରେ ଦେଶର ବିଭିନ୍ନ ରାଜ୍ୟରୁ କୃଷିମନ୍ତ୍ରୀମାନେ ଯୋଗଦେଇ ଖରିଫ ଫସଲ ବିଷୟରେ ଆଲୋଚନା କରିଥିଲେ ।

ଓଡ଼ିଶାର କୃଷି ବିକାଶ ତଥା ପ୍ରଣିତ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଯଥା ସମୃଦ୍ଧ କୃଷକ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ଏମଏସପି ଉପରେ ଅତିରିକ୍ତ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ, ଶୀତଳଭଣ୍ଡାର ନୀତି, କୃଷି ଉତ୍ପାଦନ କ୍ଲଷ୍ଟର ମାଧ୍ୟମରେ ଖାଦ୍ୟ ଉତ୍ପାଦନ ସଂସ୍ଥା (ଏଫପିଓ) ଗୁଡ଼ିକର ବିକାଶ, ଉନ୍ନତ ମାନର ପ୍ରାମାଣିକ ବିହନ ଯୋଗାଣ, ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା, କୃଷି ବିଦ୍ୟାନିଧି ଯୋଜନା ଅନ୍ତର୍ଗତ ଚାଷୀ ଭାଇ ଭଉଣୀଙ୍କ ସନ୍ତାନସନ୍ତତିଙ୍କୁ ଉଚ୍ଚଶିକ୍ଷା ସହାୟତା ରାଶି, ରାଜ୍ୟର ୮ ଟି ଜିଲ୍ଲାରେ ୧୬୬୦୦ ହେକ୍ଟର ଜମିରେ ବଳଭଦ୍ର ଜୈବିକ ଚାଷ ମିଶନ ଜରିଆରେ ଜୈବିକ ଉପାୟରେ ଉତ୍ପାଦନ, ପୁରୀ ଶ୍ରୀମନ୍ଦିରରେ ଅମୃତ ଅନ୍ନ ଯୋଜନା ଅଧୀନରେ ଜୈବିକ ଚାଉଳର ବ୍ୟବହାର ଇତ୍ୟାଦି ବିଷୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆଲୋକପାତ କରିଥିଲେ । ଏହାବ୍ୟତୀତ, ଧାନ ପରବର୍ତ୍ତୀ ଜମିରେ (Rice Fallow) ଡାଲି ଜାତୀୟ ଫସଲର ବର୍ଦ୍ଧିତ ପରିମାଣର ଉତ୍ପାଦନ, ତୈଳ ଜାତୀୟ ଫସଲ ଏବଂ ଏହା ଉପରେ ଅଧିକ ସବସିଡ଼ି ପ୍ରଦାନ, ପ୍ରାକୃତିକ ଚାଷ ବା ନ୍ୟାଚୁରାଲ ଫାର୍ମିଙ୍ଗରେ ଅଧିକ ୨୦୦ ହେକ୍ଟର, ପିଏମ୍ କିଷାନ ଓ ସିଏମ୍ କିସାନର ସମିଶ୍ରଣ, ଉଦ୍ୟାନ କୃଷି (MIDH) ଅଧୀନରେ ଫାର୍ମ ଗେଟ ୟୁନିଟ ପିଛା ଖର୍ଚ୍ଚ ୨୫ ଲକ୍ଷରୁ ୬ ଲକ୍ଷ କମାଯିବାକୁ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଏସବୁ ପ୍ରସଙ୍ଗରେ କେନ୍ଦ୍ର ସରକାର ଧ୍ୟାନ ଦେଇ ଆଗାମୀ ଦିନରେ ସହଯୋଗ କରିବେ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରଙ୍କ କୃଷି ବିଭାଗ ଦ୍ଵାରା ପ୍ରସ୍ତୁତ ଆକ୍ଟିଭିଟି ରିପୋର୍ଟ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଉପମୁଖ୍ୟମନ୍ତ୍ରୀଂକ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଡ. ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking