19.1 C
Bhubaneswar
Tuesday, February 3, 2026
Homeଓଡିଶାସ୍ୱତନ୍ତ୍ର କମ୍ ଜିଆଇ ଯୁକ୍ତ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କାର୍ଯ୍ୟକ୍ରମର ଅଗ୍ରଗତି...

ସ୍ୱତନ୍ତ୍ର କମ୍ ଜିଆଇ ଯୁକ୍ତ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବରମୁଣ୍ଡାରେ ହେବାକୁ ଥିବା ସ୍ୱତନ୍ତ୍ର କମ୍ ଜିଆଇ ଯୁକ୍ତ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା ବିକାଶ ସମ୍ପର୍କରେ ଏକ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଏବଂ ମିଶନ ଶକ୍ତି ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ। ଏହି ପ୍ରକଳ୍ପଟି ଅତି ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) କିସମ ସହିତ ICAR ଦ୍ୱାରା ବିକଶିତ ଚାଉଳ ଉପରେ ଧ୍ୟାନ ଦେଉଛି, ଯାହା ସାଧାରଣ ଧାନ ଅପେକ୍ଷା କମ୍ ଜିଆଇଯୁକ୍ତ ଧାନ ପ୍ରକ୍ରିୟାକରଣ କରିବା ଲକ୍ଷ୍ୟ ରଖିଛି। ଭାରତରେ ପ୍ରଥମ ଥର ଏପରି ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା ସ୍ଥାପନ ହେବାକୁ ଯାଉଛି । ଏହାର ମୋଟ ପ୍ରକଳ୍ପ ମୂଲ୍ୟ ₹୯୧,୨୨,୯୧,୨୮୭ ଆକଳନ କରାଯାଇଛି, ନିମ୍ନ ଜିଆଇ ଯୁକ୍ତ ଚାଉଳ ଯେଉଁଥିରେ ୧୦-୧୨% ପ୍ରୋଟିନ୍ ସାମଗ୍ରୀ ଥିବ ସେହିଭଳି ଚାଉଳ ପ୍ରକ୍ରିୟାକରଣ କରିବ।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିମ୍ନ ଜିଆଇ ଯୁକ୍ତ ଚାଉଳର ବୃହତ୍ତ ଆକାରରେ ଉତ୍ପାଦନ ଓ ପ୍ରକ୍ରିୟାକରଣ ମଧୁମେହ ରୋଗୀ ଏବଂ ଅନ୍ନପ୍ରେମୀଙ୍କ ପାଇଁ ଅଧିକ ଲାଭଦାୟକ ହେବ। ସେହିପରି, ଅଧିକ ପରିମାଣରେ ମାଣ୍ଡିଆ ବା ଶ୍ରୀଅନ୍ନ ଉତ୍ପାଦନ ଉଭୟ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପାଇଁ ଲାଭଦାୟକ ହେବ, କାରଣ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। କୃଷି ପ୍ରମୁଖ ସଚିବ ଡକ୍ଟର ପାଢୀ କହିଛନ୍ତି ଯେ ଏହି ପଦକ୍ଷେପର ଲକ୍ଷ୍ୟ ଅଧିକ ଲକ୍ଷପତି ଦିଦି (ଲାଭକାରୀ)ଙ୍କୁ ସୃଷ୍ଟି କରିବା କାରଣ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଏହା ସହିତ ସିଧାସଳଖ ଜଡିତ ହେବେ ଏବଂ ଦେଶବ୍ୟାପୀ ପୁଷ୍ଟିକର ତଥା କମ ଜିଆଇ ପରିମାଣର ଚାଉଳ କିସମକୁ ପ୍ରୋତ୍ସାହିତ କରିବେ। ସ୍ୱତନ୍ତ୍ର ଚାଉଳ ଏବଂ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନାର ପ୍ରମୁଖ ଦିଗଗୁଡ଼ିକ ମଧ୍ୟରେ କମ୍ ଜିଆଇ ଯୁକ୍ତ କିସମର ବିଶୋଧନ, ଏକତ୍ରୀକରଣ ସହିତ ଜଡିତ ମାର୍କେଟିଂ ରଣନୀତି, କ୍ଲଷ୍ଟର ଉତ୍ପାଦନ ଏବଂ ପ୍ରୋଫାଇଲିଂ ଅନ୍ତର୍ଭୁକ୍ତ। IRRI (ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ) ଦ୍ୱାରା ଏକ ବଜାର ଅଧ୍ୟୟନ ଏବଂ CFMS ମାଧ୍ୟମରେ ଆର୍ଥିକ ତଦାରଖ କରାଯିବ। ଅନ୍ୟ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରେ ଆଇସିଏଆରରୁ ଡ ୱାରିୟର, ଆଇଆରଆରଆଇ, ଓଏଆଇସି, ଓୟୁଏଟି, ଇମେଜର ପ୍ରତିନିଧି, କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking