16.1 C
Bhubaneswar
Thursday, February 5, 2026
Homeଓଡିଶାଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିବୃତି ନିନ୍ଦନୀୟ: ବିଜେଡି

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିବୃତି ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର:ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦେଇଥିବା ବିବୃତି ଲଜ୍ଜାଜନକ ଓ ନିନ୍ଦନୀୟ । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ଲଭର୍ସ ପଏଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କିନ୍ତୁ ଧଉଳି ଗଣଦୁଷ୍କର୍ମ ଘଟଣା ପରେ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରକାରଙ୍କୁ ଦେଇଥିବା ପରାମର୍ଶକୁ ଗ୍ରହଣ କରିବା ପରିବର୍ତ୍ତେ ଶ୍ରୀମତୀ ପରିଡ଼ା ଅତ୍ୟନ୍ତ ଲଜ୍ଜାଜନକ ଭାବେ କରିଥିବା କାଉଣ୍ଟରକୁ ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ସରକାରଙ୍କ ଅପାରଗ ପଣିଆ ପାଇଁ ଦୁଷ୍କର୍ମ ଓ ଗଣଦୁଷ୍କର୍ମକାରୀ ମାନେ ଭୟଶୂନ୍ୟ ହୋଇ ଏଭଳି କାଣ୍ଡ ଭିଆଇବାକୁ ତିଳେ ମାତ୍ର ପଛାଉନାହାନ୍ତି । ଏଭଳି ଦୁଃଖଦ ଘଟଣାରେ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରକାର ଏବଂ ପୋଲିସ୍ ପ୍ରଶାସନକୁ କ୍ରିୟାଶୀଳ ଓ ସଶକ୍ତ ହେବା ସହ ଘଟଣା ଘଟିବା ପରେ ତନାଘନା କରିବା ଅପେକ୍ଷା ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀମତୀ ପରିଡ଼ା, ଗୋପାଳପୁର, ରାମଚଣ୍ଡୀ, ଧଉଳି ଭଳି ଦୁଃଖଦ ଓ ହୃଦୟ ବିଦାରକ ଘଟଣା ପାଇଁ ନୈତିକ ଦାୟିତ୍ୱ ନେବା ପରିବର୍ତ୍ତେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ପ୍ରତି ପ୍ରତିକି୍ରୟାଶୀଳ ଟିପ୍ପଣୀ ଦେବା କେତେଦୂର ଗ୍ରହଣୀୟ । ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜନସାଧାରଣଙ୍କ ଅନୁଭବକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆଇନକୁ ପୁଣିଥରେ ତା ବାଟରେ ଯିବାକୁ ଦିଅନ୍ତୁ ବୋଲି ଡ଼ ମହାନ୍ତି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking