21.1 C
Bhubaneswar
Friday, February 6, 2026
Homeଓଡିଶାକୋଟିଆରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

କୋଟିଆରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

କୋରାପୁଟ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଦୁଇ ଦିନିଆ କୋରାପୁଟ ଗସ୍ତରେ ଯାଇ ଥିବା ବେଳେ ଆଜି ବହୁ ଚର୍ଚ୍ଚିତ କୋଟିଆ ରେ ପହଂଚିବା ପରେ କୋଟିଆ ଅଞ୍ଚଳର ସୁଭଦ୍ରା ମା, ଭଉଣୀଙ୍କ ସହ ଅଞ୍ଚଳର ବହୁ ଏସ ଏଚ ଜି ଲକ୍ଷପତି ଦିଦି ସମୁହ କୋରାପୁଟିଆ ଢେମସା ନାଚର ତାଳେ ତାଳେ ଉପମୁଖ୍ୟମନ୍ତ୍ରୀ ଙ୍କ ସହ ସହଯୋଗୀ ଦୁଇ ମନ୍ତ୍ରୀ ଙ୍କୁ ସ୍ବାଗତ କରି ସ୍ବମଞ୍ଜ ନିକଟକୁ ନେଲା ବେଳକୁ ଉପମୁଖ୍ୟମନ୍ତ୍ରୀ ଙ୍କ ସହ ଦୁଇ ମନ୍ତ୍ରୀ ମଧ୍ୟ୍ୟ କୋରାପୁଟିଆ ଢେମସା ନାଚ ର ତାଳେ ତାଳେ ଠୁମକା ମାରିବା ସହିତ ଆଦିବାସୀ ମା ମାଉସୀ ଏବଂ ଛୋଟ ପିଲାମାନଙ୍କୁ ମିଶି ତାଙ୍କ ଦୁଃଖ ସୁଖ ପଚାରି ବୁଝିଥିବା ଦୃଶ୍ୟ ମଧ୍ୟ୍ୟ ଦେଖିବାକୁ ମିଳିଥିଲା ।

ପରବର୍ତ୍ତୀ ସମୟରେ ମଞ୍ଚ ନିକଟକୁ ଆଣି ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଠାକୁର ଙ୍କ ପାଖେ ଦ୍ୱୀପ ପ୍ରଯୋଳନ କରିବା ସହିତ ନିଜ ଅଭିଭାଷଣରେ କୋଟିଆର ଘରେ ଘରେ ସୁଭଦ୍ରା ସହ ସରକାର ଙ୍କ ପ୍ରତେକ ଯୋଜନା କିଭଳି କୋଟିଆ ବାସୀ ପାଇବେ ତତସଙ୍ଗେ ସଙ୍ଗେ ଲକ୍ଷପତି ଦିଦି ବନିବେ ଆଗାମୀ ଦିନରେ କୋଟିପତି ତାହା ସହିତ କୋଟିଆ ରେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ୍ୟ ବିଶେଷ ଭାବେ ଧ୍ୟାନ ଦେବା ସହିତ ସୀମା ନିକଟଵର୍ତ୍ତୀ ରହିଥିବା ଆମ ସମସ୍ତ ଲୋକମାନେ କିଭଳି ସବୁବେଳେ ସୁରକ୍ଷା ସହ ସମସ୍ତ ସରକାରୀ ସୁବିଧା ସୁଯୋଗର ଲାଭ ଉଠାଇବେ ସେଥିସକାଶେ ଆମ ମୋହନ ସରକାର ସଦାସର୍ବଦା ଚେଷ୍ଟିତ ଥିବା କଥା କହି ନିଜ ଅଭିଭାଷଣ ରଖିଲେ । ଆଉ ମୁଁ ଆଜି କୋଟିଆ ରେ ଆପଣ ମାନଙ୍କୁ ସେବା ଯୋଗେଇବା ପାଇଁ ଆସିଅଛି ବୋଲି କହିବା ସହ କୋଟିଆ ଅଞ୍ଚଳର ଦୁଇଗୋଟି ଏସ ଏଚ ଜି ମା ମାନଙ୍କୁ ସ୍ୱାବଲମ୍ବି ହେବା ନିମନ୍ତେ ୫ ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କଲେ ଆଉ ସମସ୍ତଙ୍କ ଶୁଭ କାମନା କରି ଦେଓମାଳୀର ଉନ୍ନତିକରଣ ଆଗାମୀ ଦିନରେ କିଭଳି ହବ ସେଥିପାଇଁ ଆମ ମୋହନ ସରକାର ଚେଷ୍ଟିତ ଥିବା କହିଥିଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking