28.1 C
Bhubaneswar
Wednesday, February 4, 2026
Homeଓଡିଶାହିଡ଼ମା ଘରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ହିଡ଼ମା ଘରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମାକୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଛି। ୪ ରାଜ୍ୟର ପୁଲିସ ହିଡ଼ମାକୁ ଘେରି ରହିଥିବାରୁ ତୁରନ୍ତ ଆତ୍ମସମର୍ପଣ ଲାଗି ପ୍ରସ୍ତାବ ଦେଇଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ମାଓ ପ୍ରବଣ ପୂବର୍ତ୍ତୀ ଗାଁରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ହିଡ଼ମାଙ୍କ ମା’ଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, ହିଡ଼ମା ପାଇଁ ସମୟ ସରି ଆସୁଛି। ଯଦି ସେ ଫେରିବାକୁ ଚାହାଁନ୍ତି ତେବେ ସରକାର ତାଙ୍କ ଆତ୍ମସମର୍ପଣ ପାଇଁ ପ୍ରତ୍ୟେକ ରାସ୍ତା ଖୋଲିଦେବେ। ହିଂସାର ଆଉ କୌଣସି ସ୍ଥାନ ନାହିଁ। ପୁଅ ତୁମର ଫେରି ଆସିବା ଉଚିତ। ଛତିଶଗଡ଼କୁ ମାଓ ମୁକ୍ତ କରିବା ପାଇଁ ପୁଲିସ, ପ୍ରଶାସନ ପକ୍ଷରୁ ମାଓ ଦମନ ଅଭିଯାନ ଜୋର୍‌ଦାର କରାଯାଇଛି। ପୁଲିସର ଘନ ଘନ ଏନ୍‌କାଉଣ୍ଟରରେ ଭୟଭୀତ ହୋଇ ଅନେକ ମାଓ ନେତା ଆତ୍ମସର୍ମପଣ କଲେଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking