ମାଲକାନଗିରି: ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉପମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲକି । ଏମଭି – ୨୬ ହିଂସା ଘଟଣା ପରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ । ଶାନ୍ତି କମିଟି ସହ ଆଲୋଚନା କରିବେ କେଭି । ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ଥିତି ନେଇ ସମୀକ୍ଷା କରିବେ । ଉପସ୍ଥିତ ରହିବେ ବରିଷ୍ଠ ପୋଲିସ ଅଧିକାରୀ । ଆରଡିସି ଓ ଜିଲ୍ଲା ପ୍ରଶାସନକୁ ନେଇ କରିବେ ସମୀକ୍ଷା । ସେପଟେ ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି ପାଇଛି। ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ବଳବତ୍ତର ରହିବ ଇଣ୍ଟରନେଟ୍ କଟକଣା।










