16.1 C
Bhubaneswar
Monday, January 12, 2026
Homeଓଡିଶାକେନ୍ଦ୍ର ପ୍ରାକ-ବଜେଟ ପରାମର୍ଶ ବୈଠକରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ର ପ୍ରାକ-ବଜେଟ ପରାମର୍ଶ ବୈଠକରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ ଆୟୋଜିତ ୨୦୨୬–୨୭ କେନ୍ଦ୍ରୀୟ ବଜେଟ ପାଇଁ ପ୍ରସ୍ତାବ ଗ୍ରହଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଲା ସୀତାରାମନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାକ-ବଜେଟ ପରାମର୍ଶ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହ ଓଡିଶା ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ଆଗାମୀ କେନ୍ଦ୍ରୀୟ ବଜେଟ ୨୦୨୬–୨୭ରେ ଉପସ୍ଥାପନ ହେବାକୁ ଥିବା ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ସମ୍ମିଳିତ ଏକ ଲିଖିତ ସ୍ମାରକପତ୍ର ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଲା ସୀତାରାମନଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ—

୧. “ପୂର୍ବୋଦୟ” ଭିଜନ ଅଧୀନରେ “ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ” ଲକ୍ଷ୍ୟ ପୂରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସମର୍ଥନ।

୨. ଆର୍ଥିକ ଶୃଙ୍ଖଳା ପାଳନ କରୁଥିବା ରାଜ୍ୟମାନଙ୍କୁ ପ୍ରୋତ୍ସାହନ ଏବଂ ରାଜ୍ୟମାନଙ୍କ ପାଇଁ ପୁଞ୍ଜି ନିବେଶ ସ୍ୱତନ୍ତ୍ର ସହାୟତା ଯୋଜନା (SASCI) ୨୦୨୬–୨୭ ଅଧୀନରେ ଅଧିକ ଅନୁଦାନ।

୩. ପୂରକ ପୋଷଣ କାର୍ଯ୍ୟକ୍ରମ (SNP) ଓ କିଶୋରୀ ଯୋଜନା (SAG) ଅଧୀନରେ ରେସନ୍ ମୂଲ୍ୟ ମାନଦଣ୍ଡର ସଂଶୋଧନ, ଯାହା ମାଧ୍ୟମରେ ଲାଭାନ୍ୱିତମାନଙ୍କୁ ପୋଷକ ଓ ଉତ୍ତମ ଗୁଣମାନର ଖାଦ୍ୟ ନିରନ୍ତର ଯୋଗାଣ ସୁନିଶ୍ଚିତ ହେବ।

୪. ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ କେନ୍ଦ୍ରୀୟ ଅଂଶ ବୃଦ୍ଧି ଏବଂ ସାମାଜିକ ପେନସନ ଯୋଜନାରେ ଅଧିକ ଲାଭାନ୍ୱିତଙ୍କୁ ଅନ୍ତର୍ଭୁକ୍ତ କରିବା, ଏହା ରାଜ୍ୟର ଆର୍ଥିକ ଚାପ ମଧ୍ୟ ହ୍ରାସ କରିବ।

୫. ଧାନ କ୍ରୟ କାର୍ଯ୍ୟକ୍ରମ ପାଇଁ ସମର୍ଥନ ଏବଂ ଧାନ ଉତ୍ପାଦନ ବୃଦ୍ଧି ପ୍ରସଙ୍ଗରେ ସଞ୍ଚୟ ଢାଞ୍ଚାର ବିସ୍ତାର।

୬. ଜଳ ଜୀବନ ମିଶନ୍ (JJM) ଅଧୀନରେ ଚାଲୁଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ପର୍ଯ୍ୟାପ୍ତ ଅନୁଦାନ ଓ ସମୟୋପଯୁକ୍ତ ଧନ ମୁକ୍ତି।

୭. ଓଡ଼ିଶାରେ ୪୧,୫୮୦ କୋଟି ଟଙ୍କା ମୂଲ୍ୟର ସଡ଼କ ଓ ଜାତୀୟ ରାଜପଥ ପ୍ରକଳ୍ପ ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ସମର୍ଥନ।

୮. ଓଡ଼ିଶାର ନଗରୀକରଣ ପାଇଁ ଆବଶ୍ୟକ ଭାରି ପୁଞ୍ଜି ନିବେଶ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗ।

୯. ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ରାଜ୍ୟର ଅର୍ଥନୀତିର ଏକ ମୁଖ୍ୟ ସ୍ତମ୍ଭ, ଯାହା ବହୁ ପରିମାଣରେ ରୋଜଗାର ସୃଷ୍ଟି କରେ ଓ ସମାବେଶୀ ବିକାଶକୁ ପ୍ରୋତ୍ସାହନ ଦିଏ। ପୁରୀ, ବିଶ୍ୱପ୍ରସିଦ୍ଧ ଜନଜାତିୟ ପରମ୍ପରା, ନିର୍ମଳ ସମୁଦ୍ରତଟ ଏବଂ ବିବିଧ ପରିବେଶ ପର୍ଯ୍ୟଟନ କେନ୍ଦ୍ର ସହିତ ଓଡ଼ିଶା ଏକ ସମୃଦ୍ଧ ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟରେ ପରିପୂର୍ଣ୍ଣ। କେନ୍ଦ୍ର ସରକାରଙ୍କ ସହଯୋଗ, ଯୋଜନାବଦ୍ଧ ଉନ୍ନୟନ ଓ ପୂର୍ବାଧାର ବିକାଶ ମାଧ୍ୟମରେ ଏହି ସ୍ଥାନଗୁଡ଼ିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଉନ୍ନତ କରାଯାଇପାରିବ।ଏହା ଦ୍ୱାରା ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଚିତ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରାମନ ଆଲୋଚନା ହୋଇଥିବା ବିଷୟବସ୍ତୁ ଉପରେ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking