ଦେବଗଡ: ଦେବଗଡ ଟ୍ରିପଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇଛି । ଦେବଗଡର କୁଣ୍ଢେଇଗୋଳା ପୋଲିସ ସୀମା ଅନ୍ତର୍ଗତ ଗରିଆପାଲି ଗାଁ ନିକଟସ୍ଥ ପାଣି ଟାଙ୍କିରେ ଲୁଚି ରହିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ରମେଶ ଗରିଆ । ଯିଏ ତାଙ୍କ ପତ୍ନୀ, ବୋହୁ , ନାତୁଣୀକୁ ଏକ ହାତୁଡିରେ ହାଣି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଶନିବାର ସକାଳେ ଅଭିଯୁକ୍ତକୁ ଦେଖିବାରୁ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଗିରଫ କରାଯାଇଥିଲା ।










