31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଘନ କୁହୁଡ଼ି: ୨୭୦ ରୁ ଅଧିକ ବିମାନ ବିଳମ୍ବ

ଘନ କୁହୁଡ଼ି: ୨୭୦ ରୁ ଅଧିକ ବିମାନ ବିଳମ୍ବ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଅତି କମରେ ୧୦ଟି ବିମାନ ବାତିଲ ହୋଇଛି। ୨୭୦ରୁ ଅଧିକ ବିମାନ ବିଳମ୍ବ ହୋଇଛି।ଜଣେ ଅଧିକାରୀ ଏନେଇ କହିଛନ୍ତି ଯେ ଆଜି ପାଇଁ 6 ଟି ଆଗମନ ଏବଂ 4 ଟି ପ୍ରସ୍ଥାନ ବିମାନ ବାତିଲ କରାଯାଇଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24.com ରେ ଉପଲବ୍ଧ ସୂଚନା ଅନୁଯାୟୀ, ୨୭୦ ରୁ ଅଧିକ ବିମାନ ବିଳମ୍ବ ହୋଇଛି ଏବଂ ପ୍ରସ୍ଥାନ ପାଇଁ ହାରାହାରି ବିଳମ୍ବ ସମୟ 29 ମିନିଟ୍ ରହିଛି । ଧୀରେ ଧୀରେ ବିମାନବନ୍ଦରରେ ଦୃଶ୍ୟମାନତାରେ ଉନ୍ନତି ହେଉଛି ତଥାପି, କିଛି ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ବିମାନ ପ୍ରସ୍ଥାନରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି ।ଜାତୀୟ ରାଜଧାନୀରେ ଥିବା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGIA) ପ୍ରତିଦିନ ପ୍ରାୟ 1,300 ବିମାନ ଚଳାଚଳ ପରିଚାଳନା କରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking