25.1 C
Bhubaneswar
Tuesday, February 3, 2026
Homeଓଡିଶା୭ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି

୭ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତ ଲହରି ତା ସାଙ୍ଗକୁ କଲବଲ କରୁଛି କୁହୁଡି । ସକାଳ ୧୦ଟା ଯାଏଁ ଘନ କୁହୁଡି ଘେରି ହରୁଛି । ଫଳରେ ଦୃଶ୍ୟମାନ ହେଉନଥିବାରୁ ଦୁର୍ଘଟଣା ଘଟୁଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାଜପୁର ଓ ନୟାଗଡ ଜିଲ୍ଲାରେ ସର୍ବାର୍ଧିକ କୁହୁଡି ରହିବା ନେଇ ବିଭାଗ ଆକଳନ କରିଛି । ସେହିପରି ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ସେପଟେ ଦିଲ୍ଲୀରେ ମଧ୍ୟ ସାଂଘାତିକ ସ୍ଥିତି ଦେଖାଦେଇଛି । ଗୋଟିଏ ଦୁଇଟି ସ୍ଥାନରେ ଏକ୍ୟୁଆଇ ବା ଗୁଣବତ୍ତା ମାନ ୫୦୦ ପାର ରହିଛି । ତା ସାଙ୍ଗକୁ ଘନ କୁହୁଡି । ଯେମିତି ଧଳା ଚାଦରରେ ଆଚ୍ଛାଦିତ ହୋଇଯାଇଛି ନୂଆଦିଲ୍ଲୀ । ଆଇଏମଡି ଆଜି ପାଇଁ ନୂଆଦିଲ୍ଲୀକୁ ଅରେଞ୍ଜ ଆଲର୍ଟ ଜାରି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking