19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୯ ରାଜ୍ୟରେ ଘନ କୁହୁଡି

୯ ରାଜ୍ୟରେ ଘନ କୁହୁଡି

ନୂଆଦିଲ୍ଲୀ: ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଏବେ ଶୀତର ପ୍ରକୋପ ବଢ଼ି ଚାଲିଥିବା ବେଳେ ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଲାଣି।   ଏହି ୩ ରାଜ୍ୟର ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି।   ଏହା ସହିତ ଜମ୍ମୁ-କଶ୍ମୀର ସମେତ ଏବେ ହିମାଚଳ ପ୍ରଦେଶ ଓ ଲଦାଖରେ  ତୁଷାରପାତ ଆରମ୍ଭ ହୋଇଛି। ରବିବାର ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ରୋହତାଙ୍ଗ ପାସ୍ ଏବଂ ଅଟଳ ଟନେଲରେ ତୁଷାରପାତ ହୋଇଛି। ସେହିପରି ଜମ୍ମୁ-କଶ୍ମୀରର କୁପଵାଡ଼ା, ଗୁଲମାର୍ଗ, ବାନ୍ଦିପୋରା ଏବଂ ଲଦାଖର ଲେହରେ ମଧ୍ୟ ରବିବାର ତୁଷାରପାତ ହୋଇଛି। ଆସନ୍ତାକାଲି ମଧ୍ୟ ଏହି ତିନି ରାଜ୍ୟରେ ତୁଷାରପାତ ହେବା  ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଦେଶର ୯ଟି ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏଥିରେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଉତ୍ତରପ୍ରଦେଶ ଓ ଦିଲ୍ଲୀ ରହିଛି। ଶୀତଳ ପବନ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ପ୍ରବଳ ଥଣ୍ଡା ସୃଷ୍ଟି କରୁଛି। ଆସନ୍ତା ଦୁଇ ତିନି ଦିନ ପର‌୍ୟ୍ୟନ୍ତ ଏଭଳି ଥଣ୍ଡାରୁ ମୁକ୍ତି ମିଳିବାର କୌଣସି ଆଶା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking