27.1 C
Bhubaneswar
Wednesday, September 18, 2024
Homeଓଡିଶା୫ ହଜାର ଡେଇଁଲା ଡେଙ୍ଗୁ

୫ ହଜାର ଡେଇଁଲା ଡେଙ୍ଗୁ

ଭୁବନେଶ୍ୱର : ଡରାଉଛି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଡେଇଁଛି । ଏନେଇ ଆଜି ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏଯାବତ ୫୧୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁରେ ମୃତ୍ୟୁ କୁ ନେଇ ସରକାରୀଭାବେ କୌଣସି ତଥ୍ୟ ଆସିନାହିଁ । ସେହିପରି ବରଗଡ଼ ସ୍କ୍ରବ ଟାଇଫସରେ ୪ ଜଣଙ୍କ ମୃତ୍ୟୁ ଏବେ ବି ଅସ୍ପଷ୍ଟ ରହିଛି । ଏହାଛଡ଼ା ବାର୍ଡ ଫ୍ଲୁ ନେଇ ମଧ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରାପଡ଼ା ଓ ପୁରୀରେ ବାର୍ଡ ଫ୍ଲୁ ଅଞ୍ଚଳରେ କୁକୁଡ଼ା କଲିଂ ସରିଛି । ଯାଜପୁର ଓ କଟକର କିଛି ଅଞ୍ଚଳରେ କୁକୁଡ଼ା କଲିଂ ଆରମ୍ଭ ହୋଇଛି । ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ ଅଣ୍ଡା ନଖାଇବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ମଙ୍କିପକ୍ସ ନେଇ ଆଡଭାଇଜରୀ ଜାରି କରାଯାଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking