31.1 C
Bhubaneswar
Tuesday, March 24, 2026
Homeଓଡିଶାସଇଁତଳାରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ସଇଁତଳାରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ବଲାଙ୍ଗୀର : ରାଜ୍ୟରେ ବଢୁଛି ଡେଙ୍ଗୁ ଆତଙ୍କଙ୍କ ସଂଖ୍ୟା । ଯାହା ଚିନ୍ତାର କାରଣ ପାଲଟିଛି । ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଡେଙ୍ଗୁ ଆତଙ୍କ ଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ସଇଁତଳାରେ ଜଣଙ୍କମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସଇଁତଳାରେ ଡେଙ୍ଗୁ ବ୍ୟାପିବାର କାରଣ ଖୋଜିବ ରାଜ୍ୟସ୍ତରୀୟ ଟିମ୍‌। ଆଜି ଏହି ଟିମ୍‌ ସଇଁତଳା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୧୮ ଜଣକ ମଧ୍ୟରୁ ୧୧ ଜଣଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହା ଯେପରି ଅଧିକ ନ ବ୍ୟାପେ ସେଥି ନିମନ୍ତେ ସେମାନଙ୍କୁ ଆଇସୋଲେସନରେ ରଖା ଯାଇଛି। ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରୁ ଏକ ଡ଼ାକ୍ତରୀ ଟିମ ଆସି ସହରର ବିଭିନ୍ନ ଅଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ୧୧ ରୋଗୀଙ୍କୁ ତୁରନ୍ତ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି । ଅନ୍ୟପଟେ ସଇଁତଳା ହସ୍ପିଟାଲରୁ ମଧ୍ୟ ଏକ ଟିମ୍‌ ଗାଁରେ ଘରକୁ ଘର ବୁଲି ଡେଙ୍ଗୁ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking