30.1 C
Bhubaneswar
Friday, February 13, 2026
Homeଓଡିଶାଡେଙ୍ଗୁ : ୨୪୧ ରୋଗୀ ଚିହ୍ନଟ

ଡେଙ୍ଗୁ : ୨୪୧ ରୋଗୀ ଚିହ୍ନଟ

ଭୁବନେଶ୍ୱର : ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ୯୪ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।
ଅପରପକ୍ଷେ ଗତବର୍ଷ ତୁଳନାରେ ଚଳିତବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍‌ ରହିଥିବା ସୂଚନା ଦିଆଯାଇଛି। ୨୦୨୩ ଜୁଲାଇରେ ୨୧୯୫ ନମୁନା ଟେଷ୍ଟିଂ ହୋଇଥିବାବେଳେ ଚଳିତବର୍ଷ ଜୁଲାଇରେ ୩୩୧୭ ଟେଷ୍ଟିଂ ହୋଇଛି। ସେହିପରି ୨୦୨୩ରେ ୫୦୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୧୯୦ ରହିଛି। ଟେଷ୍ଟ ଓ ପଜିଟିଭ୍‌ ରେଟ୍‌ ୨୦୨୩ରେ ୨୩.୧୯% ରହିଥିବାବେଳେ ୨୦୨୪ରେ ଏହା ୫.୭୩ % ରହିଛି। ନାଗରିକଙ୍କ ସଚେତନତା ବୃଦ୍ଧି ହେତୁ ଏହା ସମ୍ଭବ ହୋଇପାରିଛି। ତେଣୁ ଏହି ସଚେତନତା ବଜାୟ ରଖି ଭୁବନେଶ୍ୱରର ଜନସ୍ବାସ୍ଥ୍ୟକୁ ସମସ୍ତ ଦିଗରୁ ଉନ୍ନତ ରଖିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking