29.1 C
Bhubaneswar
Friday, February 6, 2026
Homeଓଡିଶାଗଣମାଧ୍ୟମ ମୁକ୍ତ ହେଲେ ଗଣତନ୍ତ୍ର ସୁଦୃଢ ହେବ

ଗଣମାଧ୍ୟମ ମୁକ୍ତ ହେଲେ ଗଣତନ୍ତ୍ର ସୁଦୃଢ ହେବ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ପ୍ରେସ କ୍ଲବ ପକ୍ଷରୁ ଆଜି ପୁରୁଣା ବାରିପଦା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ପ୍ରେସ କ୍ଲବର ସଭାପତି ନିମାଇଁ ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବଡ଼ସାହି ବ୍ଲକ ତହସିଲଦାର କରୁଣାକର ଧିନ୍ଦା, ମୁଖ୍ୟ ବକ୍ତା ଖୁଣ୍ଟା ବ୍ଲକ ସହକାରୀ ଯନ୍ତ୍ରୀ ବିନୟ ଜ୍ୟୋତି ଲେଙ୍କା, ସମ୍ମାନିତ ଅତିଥି ଟିକାୟତପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀ ଶଙ୍କର ବେହେରା, ପୁରୁଣା ବାରିପଦା ପଞ୍ଚାୟତର ସରପଞ୍ଚ ଭୋଳାନାଥ ସିଂ ଯୋଗ ଦେଇ ଗଣମାଧ୍ୟମ ମୁକ୍ତ ହେଲେ ଗଣତନ୍ତ୍ର ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରେସ କ୍ଲବର ସଂପାଦକ ଡ଼ଃ କୁମାର ବାବୁଲି ଧନ୍ୟବାଦ ଦେଇଥିଲେ। ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ପ୍ରେସ କ୍ଲବ ପକ୍ଷରୁ ସରକାରଙ୍କ ସୈନ୍ୟ ବିଭାଗରୁ ଅବସର ଗ୍ରହଣ କରିଥିବା ଆଶିଷ କୁମାର ରଥ, ଦିଲ୍ଲୀପ କୁମାର ମଢୁଆଳ, ଶଶିଧର ନାୟକ ଓ ମନମୋହନ ଚୌଧୁରୀ କୁଂ ସମ୍ମାନିତ କରାଯାଇଥିଲା। ସଭା ପ୍ରାରମ୍ଭରେ ବିଗତ ଏକ ମାସ ତଳେ ଉଦଳା ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ମହାନ୍ତି ଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳକଣ୍ଠ ବିନ୍ଧାଣୀ, ପ୍ରେସ କ୍ଲବର ସଦସ୍ୟ ଶାନ୍ତନୁ କୁମାର ମଢୁଆଳ, ଚିତ୍ତରଞ୍ଜନ ଦଳେଇ, ସମ୍ବିତ କୁମାର ରାଉତ, ବିଶ୍ବଜିତ ଦାଶ, ଦୀପକ କୁମାର ଚୈଧୁରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking