19.1 C
Bhubaneswar
Monday, December 8, 2025
Homeଓଡିଶାଜନଜାଗରଣ ଦ୍ୱାରାହିଁ ଦାବୀ ପୂରଣ ସମ୍ଭବ: ରାମ ଚନ୍ଦ୍ର ଖୁଂଟିଆ

ଜନଜାଗରଣ ଦ୍ୱାରାହିଁ ଦାବୀ ପୂରଣ ସମ୍ଭବ: ରାମ ଚନ୍ଦ୍ର ଖୁଂଟିଆ

ଯାଜପୁର : ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ର ଦ୍ୱିତୀୟ ବୈଠକ ଆଜି ଶାନ୍ତି ମଣ୍ଡପ ଠାରେ ଅନୁଷ୍ଠିତ । ପୂର୍ବତଟ ରେଳବାଇ ମହାପ୍ରବନ୍ଧ ପରମେଶ୍ୱର ପଙ୍କୱାଲ୍ ଚୂଡାନ୍ତ ସବିଶେଷ ପ୍ରକଳ୍ପ ତଥ୍ୟକୁ ରେଳବୋର୍ଡ଼ ଅଧ୍ୟକ୍ଷ, ନୂଆଦିଲ୍ଲୀ ଓ ରେଳମନ୍ତ୍ରାଳୟକୁ ପ୍ରେରଣ କରିବାର ୪୫ଦିନ ପରେ ବି ଯାଜପୁର ରୋଡ-ଧାମରା ରେଳପଥ ପ୍ରକଳ୍ପ ବାବଦରେ କେନ୍ଦ୍ର ରେଳମନ୍ତ୍ରୀ ବ୍ୟୟବରାଦ ନକରିବା ୩ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ପରିଷଦର ଆବାହକ ସନ୍ତୋଷ କୁମାର ନନ୍ଦ ମତବ୍ୟକ୍ତ କରିଥିଲେ । ପରିଷଦର ଅଧ୍ୟକ୍ଷତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଗାମୀ ସେପ୍ଟେମ୍ବର ୧୦ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ଜିଲ୍ଲାପାଳଙ୍କ ଜରୀଆରେ ମାନନୀୟ ମୁଖ୍ୟମନ୍ତ୍ରୀ, ଓଡ଼ିଶା, ରେଳମନ୍ତ୍ରୀ, ରେଳ ବୋର୍ଡ଼ ଅଧ୍ୟକ୍ଷ ନୂଆଦିଲ୍ଲୀ, ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଓ ସର୍ବୋପରି ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ନିମନ୍ତେ ଘେଷଣା କରିଥିଲେ ଓ ୧୮ ସେପ୍ଟେମ୍ବର ବୁଧବାର ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ ବେଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ୩ ଜିଲ୍ଲାର ସାଂସଦ, ପ୍ରାକ୍ତନ ସାଂସଦ, ବିଧାୟକଗଣ, ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତି ମାନଙ୍କୁ ସାମିଲ କରିବାକୁ ବିଧିବଦ୍ଧ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ, ପରିଷଦର ଉପଦେଷ୍ଟା ଡଃ ରାଜକିଶୋର ପଣ୍ଡା, ପ୍ରାକ୍ତନ ସାଂସଦ ଅଞ୍ଚଳ ଦାସ, ପ୍ରାକ୍ତନ ପୌରାଧ୍ୟକ୍ଷ ଆଲୋକ ବେହେରା, ଆଇନଜୀବୀ ଶ୍ରୀଧର ନାୟକ, ବିଶିଷ୍ଟ ଶିକ୍ଷାବିତ ଉଦୟ କୁମାର ପରିଡ଼ା, ଯାଜପୁର ବିକାଶ ପରିଷଦର ଅଧ୍ୟକ୍ଷ ତପନ ମହାରଣ୍ୟ, ଅସୀମ କର, ବିଜେପି ନେତା ମୃତୁଞ୍ଜୟ ମିଶ୍ର, ଭାସ୍କର ମହାନ୍ତି, ଦୁର୍ଯ୍ୟୋଧ ବେହେରା, ଅଭିମନ୍ୟୁ ମିଶ୍ର, ବିଜେଡ଼ି ନେତା ଭରତ ବେହେରା, ବିଳାଶ ରାଉତରାୟ, ଯାଜପୁର ବ୍ଲକ ସଭାପତି ଗଦାଧର ଦାସ, ଗୁଣନିଧି ପାଣିଗ୍ରାହୀ, ନକୁଳଦେବ ସାହୁ, ସଂଜୀବ ଦାସ, ପ୍ରଫେସର ଅନିଲ ମହାନ୍ତି, ବିଜନ ଦାସ, ପ୍ରଶାନ୍ତ କୁମାର ନାୟକ, ଦାମୋଦର ନନ୍ଦ, ଉତ୍କଳକେଶରୀ ପାଣିଗ୍ରାହୀ, ଅକ୍ଷୟ ଶତପଥୀ, ପ୍ରଦୀପ ବେହୁରିଆ, ବିଜେୟ ମହାପାତ୍ର ପ୍ରମୁଖ ଯୋଗଦେଇ ବ୍ୟବରାଦ ଲାଗି ଦୃଢ଼ ଦାବୀ କରିବା ଆମର କର୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମାଟି ପାଇଁ ମାଡ଼ି ଚାଲ ଓ ପାଟି ଖୋଲିବା ଲାଗି ମସ୍ତେ ଶପଥ ନେଇଥିଲେ ।
ସୁଚନା ଯୋଗ୍ୟ ଯେ ଆଉ ଗଣ ସଙ୍ଗଠନ ଯାଜପୁରରୋଡ଼ ଧାମରା ରେଳ ପଥ ଦାବି କରି ଆସନ୍ତା 11ତାରିଖ ରେ ଭୁବେଶ୍ୱର ରେଲ ବାଈ ଜୋନ ର ଜେନେରାଲ ମ୍ୟାନେଜର ଙ୍କ କାର୍ଯ୍ୟlଳୟ ସମ୍ମୁଖ ରେ ଧାରଣା ଦେବ ପାଈ ପ୍ରେସ ବିଜ୍ଞପ୍ତି ରେ ପ୍ରକାସ କରିଛନ୍ତି ଦୁଇଟି ସଙ୍ଗଠନ ପୃଥକ୍ ପ୍ରୁର୍ଥକ ଅନ୍ଧୋଲାନ୍ ଡାକରା ଦେଉ ଥିବାରୁ ଏହି ରେଳ ପଥ ର ନିର୍ମାଣ ନେଇ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking