25.3 C
Bhubaneswar
Wednesday, April 2, 2025
Homeଓଡିଶାବିରଜା ବାହିନୀ ପକ୍ଷରୁ ଦାବିପତ୍ର

ବିରଜା ବାହିନୀ ପକ୍ଷରୁ ଦାବିପତ୍ର

ଯାଜପୁର: ଯାଜପୁର ବିରଜା ମନ୍ଦିରର ସମଗ୍ର ଭାରତ ଏକ ପ୍ରମୁଖ ଶକ୍ତି ପୀଠ ଏହି ଶାକ୍ତି ପିଠ ପୌରାଣିକ ଅତିହlସିକ ଗାଥା ବହନ କରେ ଏହି ଶକ୍ତି ପୀଠ ର ବିକାସ ତଥା ଉନ୍ନତିକରଣ ସମେତ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲା ପ୍ରଶାସନ ର ଦ୍ଵାରସ୍ଥ ହେଲେ ବିରଜା ବାହିନୀ। ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ଦର୍ଶନ ପାଇଁ ପ୍ରତ୍ଯେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆସୁଥିବା ବେଳେ ଭକ୍ତ ଙ୍କ ଉଦେଶ୍ୟରେ ରେ ୧ ରୁ ୨ କିଲୋମିଟର ଭିତରେ ଗେଟ ନିର୍ମାଣ କରିବା,ବିରଜା ମନ୍ଦିର ନିକଟରେ ଥିବା ବ୍ରହ୍ମକୁଣ୍ଡ ସଫେଇ କରିବା, ଅଠରନଳାର ପୂର୍ଣ୍ଣଉଦ୍ଧାର ଓ ସଫେଇ କରିବା, ବିରଜା ମନ୍ଦିର ଭିତରେ ମନ୍ଦିର ର ଉନ୍ନତିକରଣ କାର୍ଯ୍ୟ ଧିମା ପଢିଥିବା ବେଳେ ତୁରନ୍ତ କାର୍ଯ୍ୟ ଆଗେଇ ନେବା ଆଦି ଦାବି ନେଇ ଯାଜପୁର ବିରଜା ବାହିନୀ ପକ୍ଷରୁ ଦାବି କରାଯାଇଛି । ଏନେଇ ସନ୍ତୋଷ ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଯାଜପୁର ଜ଼ିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ରେ ଧାରଣା ଦିଆଯିବା ନେଇ ବିରଜା ବାହିନୀ ପକ୍ଷରୁ ଚେତବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking